ରାୟଗଡ଼ା: ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ

ରାୟଗଡ଼ା: କେରଳକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡ଼ା ଜିଲ୍ଳା ସାନସାର୍ଥେଲୀ ଗାଁର ଜଗବନ୍ଧୁ କରକରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଗବନ୍ଧୁ କେରଳର ତିରୁଭନନ୍ତପୁରମର ଏକ ବେକେରୀରେ କାମ କରୁଥିଲେ। ଗତ ୨୧ ତାରିଖ ଦିନ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ନିଜ ପରିବାର ଲୋକଙ୍କୁ ଫୋନ୍ ଯୋଗେ କହିଥିଲେ। ଏହା ପରଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ କେରଳ ପୋଲିସ ଜଗବନ୍ଧୁଙ୍କ ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲା। […]

hotya

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 04:12 AM IST

ରାୟଗଡ଼ା: କେରଳକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡ଼ା ଜିଲ୍ଳା ସାନସାର୍ଥେଲୀ ଗାଁର ଜଗବନ୍ଧୁ କରକରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଗବନ୍ଧୁ କେରଳର ତିରୁଭନନ୍ତପୁରମର ଏକ ବେକେରୀରେ କାମ କରୁଥିଲେ।

ଗତ ୨୧ ତାରିଖ ଦିନ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ନିଜ ପରିବାର ଲୋକଙ୍କୁ ଫୋନ୍ ଯୋଗେ କହିଥିଲେ। ଏହା ପରଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ କେରଳ ପୋଲିସ ଜଗବନ୍ଧୁଙ୍କ ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲା। ସେପଟେ ମୃତଦେହ ଆଣିବା ପାଇଁ ଶ୍ରମ ବିଭାଗ ଓ ସ୍ଥାନୀୟ ପୋଲିସର ଏକ ଟିମ୍ କେରଳ ଯାଇଥିବା ଜଣାପଡ଼ିଛି।

Related story