ଗୁଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ା ଜିଲ୍ଲା ଏଦୁଲଔଲସା ଗାଁରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପର୍ଶିନ ଶବର। ସୋମବାର ରାତିରେ ପର୍ଶିନି ଶବର ଓ ପିତାମ୍ୱର ଶବରଙ୍କ ମଧ୍ୟରେ ଘର ଜାଗାକୁ ନେଇ ବଚସା ହୋଇଥିଲା। ପରେ ପିତାମ୍ୱର ଏକ ପଥରରେ ପର୍ଶିନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ପର୍ଶିନଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପିତାମ୍ବରକୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି।