ରାୟଗଡ଼ା: ଯୁବକଙ୍କୁ ପିଟିପିଟି ମାରିବା ଘଟଣା, ୪ ଅଟକ

ରାୟଗଡ଼ା:  ରାୟଗଡ଼ା ବିଷମକଟକ ଥାନା ଖୁଣ୍ଟବାଡି ଗ୍ରାମର ଜଣେ ଯୁବକଙ୍କୁ ପିଟିପିଟି ମାରି ଦେବା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶନିବାର କୋରାପୁଟ୍ ଫୋରେନସିକ୍ ଲ୍ୟାବର ଚାରିଜଣିଆ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସାଇବୁ ହିକକାକୁ ହତ୍ୟା କରାଯାଇଥିବା ଓ ପୋଡାଯାଇଥିବା ସ୍ଥାନକୁ ନେଇ ଚିହ୍ନଟ କରାଇଛି ପୋଲିସ। ଏହାସହ ଶ୍ମଶାନରୁ ହାଡ଼ ଓ ପାଉଁଶ ସହ ଖପୁରୀକୁ ପୋଲିସ ଜବତ କରିଛି। ଗତ ସେପ୍ଟେମ୍ୱର ୧ […]

nayagrah

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 06:16 AM IST

ରାୟଗଡ଼ା:  ରାୟଗଡ଼ା ବିଷମକଟକ ଥାନା ଖୁଣ୍ଟବାଡି ଗ୍ରାମର ଜଣେ ଯୁବକଙ୍କୁ ପିଟିପିଟି ମାରି ଦେବା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶନିବାର କୋରାପୁଟ୍ ଫୋରେନସିକ୍ ଲ୍ୟାବର ଚାରିଜଣିଆ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସାଇବୁ ହିକକାକୁ ହତ୍ୟା କରାଯାଇଥିବା ଓ ପୋଡାଯାଇଥିବା ସ୍ଥାନକୁ ନେଇ ଚିହ୍ନଟ କରାଇଛି ପୋଲିସ।

ଏହାସହ ଶ୍ମଶାନରୁ ହାଡ଼ ଓ ପାଉଁଶ ସହ ଖପୁରୀକୁ ପୋଲିସ ଜବତ କରିଛି। ଗତ ସେପ୍ଟେମ୍ୱର ୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଦାମୋଦର ହିକକା ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ପୋଡି ଦେଇଥିଲେ।

Related story