ରାୟଗଡ଼ା: ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍

ରାୟଗଡ଼ା: ରାୟଗଡ଼ାର ନେହେରୁ ନଗରରେ ଶନିବାର ଅପରାହ୍ନରେ ମୋଟର ସାଇକେଲ୍ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାୟଗଡ଼ା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଲୁଟେରାକୁ ଧରିବା ପାଇଁ ତନାଘନା ଚଳାଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ଟାରୁ ଅଢ଼େଇଟା ମଧ୍ୟରେ ରବୀନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ଠିକାଦାର ରାୟଗଡ଼ା ସହର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ […]

loot

Rakesh Mallick
  • Published: Saturday, 02 January 2016
  • , Updated: 02 January 2016, 11:32 AM IST

ରାୟଗଡ଼ା: ରାୟଗଡ଼ାର ନେହେରୁ ନଗରରେ ଶନିବାର ଅପରାହ୍ନରେ ମୋଟର ସାଇକେଲ୍ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାୟଗଡ଼ା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଲୁଟେରାକୁ ଧରିବା ପାଇଁ ତନାଘନା ଚଳାଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ଟାରୁ ଅଢ଼େଇଟା ମଧ୍ୟରେ ରବୀନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ଠିକାଦାର ରାୟଗଡ଼ା ସହର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୭ ଲକ୍ଷ ଟଙ୍କା ଉଠାଇଥିଲେ। ସାଢ଼େ ୪ ଲକ୍ଷ ଟଙ୍କା ସେ ପକେଟରେ ରଖିଥିବା ବେଳେ ବାକି ଅଢ଼େଇ ଲକ୍ଷ ଟଙ୍କା ଗାଡ଼ି ଡିକିରେ ରଖିଥିଲେ। ପରେ ସେ ନେହେରୁ ନଗର ସ୍ଥିତ ନିଜ ବାସଭବନକୁ ଯାଇଥିଲେ। ଗାଡ଼ି ବାହାରେ ରଖି ସେ ଘର ଭିତରକୁ ଯାଇଥିଲେ। ତିନି ଜଣ ଲୋକଙ୍କୁ ପେମେଣ୍ଟ୍ ଦେବା ପାଇଁ ସେ ଘର ଭିତରକୁ ଯାଇଥିଲେ। ସେହି ସମୟରେ ଗାଡ଼ି ଡିକିରେ ଥିବା ଅଢ଼େଇ ଲକ୍ଷ ଟଙ୍କାକୁ କେହି ଲୁଟ୍ କରି ନେଇଥିଲେ। ସେ ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। କିନ୍ତୁ ଲୁଟେରାଙ୍କ ସନ୍ଧାନ ମିଳି ପାରି ନାହିଁ।

ଅନ୍ୟପକ୍ଷରେ ଏହି ଘଟଣା ପରେ ରାୟଗଡ଼ା ସହରରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ସହରରେ ଟଙ୍କା ଲୁଟ୍ ଘଟଣା ଗୋଟିଏ ପରେ ଗୋଟିଏ ଘଟି ଚାଲିଥିବା ବେଳେ ପୋଲିସ୍ ଲୁଟେରାଙ୍କ ପତ୍ତା ପାଉନି। ଏହା ପୂର୍ବରୁ ଜଣେ ମ୍ୟୁନିସିପାଲିଟି କର୍ମଚାରୀଙ୍କଠାରୁ ୧.୬୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ସେ ଟଙ୍କା ଉଠାଇ ସାଇକେଲରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଠେଲି ଟଙ୍କା ନେଇ ଫେରାର ହୋଇଯାଇଥିଲେ।

Related story