ରାୟଗଡା: ବିଷମକଟକ ଥାନା ଖୁଣ୍ଟବାଡି ଗାଁରେ ପ୍ରାୟ ସାଢେ ୩ମାସ ପୂର୍ବେ ହତ୍ୟାର ଶିକାର ଜଣେ ଯୁବକଙ୍କ ପତ୍ନୀ ଆଜି ଜିଲ୍ଲାପାଳ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏସପିଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପତ୍ନୀଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିଲେ ବୋଲି ସେ ଜିଲ୍ଲାପାଳଙ୍କୁ କହିଛନ୍ତି।
ଖୁଣ୍ଟବାଡି ଗାଁ ଦାମୋଦର ହିକକାଙ୍କ ବାପାଙ୍କ ଗତ ଅଗଷ୍ଟ ୩୦ ତାରିଖରେ ପରଲୋକ ହୋଇଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଲୋକେ ଶବଦାହ ପାଇଁ ଆସି ନ ଥିଲେ । ଶେଷରେ ଦାମୋଦର ୩ ହଜାର ଟଙ୍କ। ଜରିମାନା ଦେବା ପରେ ତାଙ୍କ ବାପାଙ୍କ ଶବଦାହ ହୋଇଥିଲା। ପରଦିନ ଦାମୋଦରଙ୍କ ସହ ଗ୍ରାମବାସୀଙ୍କ କୌଣସି କଥାକୁ ନେ ବଚସା ହୋଇଥିଲା। ଫଳରେ ଗାଁ ଲୋକେ ଦାମୋଦରକୁ ପିଟିପିଟି ମାରିଦେଇ ତାଙ୍କ ବାପାଙ୍କ ଚିତାରେ ପୋଡି ଦେଇଥିଲେ। ଏ ନେଇ ପୋଲିସ ନିକଟରେ ଜଣାଇଲେ ଗାଁରୁ ବାହାର କରିଦେବାର ଭୟ ଦେଖାଯାଇଥିଲା ବୋଲି ମୃତ ଦାମୋଦରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।