ରେହମାନ ଗିରଫ ଘଟଣା: ଆକାଉଣ୍ଟରେ ଆର୍ଥିକ କାରବାରର ଖୋଳତାଡ଼ ଲାଗି ଦିଲ୍ଲୀ ଓ ଝାଡ଼ଖଣ୍ଡ ଯିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନର ଆର୍ଥିକ କାରବାର ଉପରେ ଏବେ କମିଶନରେଟ୍ ପୋଲିସର ଆଖି। ଗୋଟିଏ କି ଦୁଇଟି ନୁହେଁ, ରେହମାନ୍ ନାଁରେ ରହିଛି ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ। ସେସବୁ ଆକାଉଣ୍ଟ ଜରିଆରେ ସନ୍ଦେହଜନକ ଭାବେ ଆର୍ଥିକ କାରବାର କରିଛି ରେହମାନ୍। ଯାହାର ଖୋଳତାଡ଼ ପାଇଁ ଆସନ୍ତାକାଲି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଓ ଝାଡ଼ଖଣ୍ଡ ଯିବ। ରେହମାନର ଆକାଉଣ୍ଟକୁ ବିଦେଶରୁ ଆସୁଥିବା ଟଙ୍କାର ଚେର ଖୋଜିବାକୁ ତନାଘନା କରୁଛି କମିଶନରେଟ୍ ପୋଲିସ। […]

rehaman

rehaman

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 05:56 PM IST

Sports

Latest News

ଭୁବନେଶ୍ୱର: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନର ଆର୍ଥିକ କାରବାର ଉପରେ ଏବେ କମିଶନରେଟ୍ ପୋଲିସର ଆଖି। ଗୋଟିଏ କି ଦୁଇଟି ନୁହେଁ, ରେହମାନ୍ ନାଁରେ ରହିଛି ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ। ସେସବୁ ଆକାଉଣ୍ଟ ଜରିଆରେ ସନ୍ଦେହଜନକ ଭାବେ ଆର୍ଥିକ କାରବାର କରିଛି ରେହମାନ୍। ଯାହାର ଖୋଳତାଡ଼ ପାଇଁ ଆସନ୍ତାକାଲି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଓ ଝାଡ଼ଖଣ୍ଡ ଯିବ।

ରେହମାନର ଆକାଉଣ୍ଟକୁ ବିଦେଶରୁ ଆସୁଥିବା ଟଙ୍କାର ଚେର ଖୋଜିବାକୁ ତନାଘନା କରୁଛି କମିଶନରେଟ୍ ପୋଲିସ। କଟକ ଜଗତପୁରର ୨ଟି ଘରୋଇ ବ୍ୟାଙ୍କରେ ଥିବା ୩ଟି ଆକାଉଣ୍ଟର ଖୋଳତାଡ଼ ଜାରି ରହିଛି। ୩ଟି ଆକାଉଣ୍ଟ ମଧ୍ୟରୁ ଗୋଟିଏ ଅଲହରାମ ନାମକ ଏକ ଟ୍ରଷ୍ଟ ନାଁରେ ରହିଛି। ଏହି ଆକାଉଣ୍ଟରେ ୨୦୧୪ ଜୁନ୍ ୫ରେ ୯୯ହଜାର ୯୯୫ ଟଙ୍କା ଓ ୨ମାସ ତଳେ ୩୦ହଜାର ଟଙ୍କା ଡିପୋଜିଟ୍ ହୋଇଛି। ଏହାସହ ବେନାମୀ ଭାବେ ମଧ୍ୟ ରେହମାନ୍ ନାଁରେ ଥିବା ଆକାଉଣ୍ଟକୁ ଟଙ୍କା ଆସିଛି। ତେବେ ଏସବୁ ଟଙ୍କା କିଏ ପୈଠ କଲା ତାହାର ଖୋଳତାଡ଼ ପୋଲିସ କରୁଛି। ଏହାସହ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ନାଁରେ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ଦେବାକୁ ସମସ୍ତ ବ୍ୟାଙ୍କକୁ କୁହାଯାଇଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ଏଭଳି ଆର୍ଥିକ କାରବାରର ଉଦ୍ଦେଶ୍ୟ କ’ଣ, ଓଡ଼ିଶାରେ କୌଣସି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ ଭିଆଇବାର ଷଡ଼ଯନ୍ତ୍ର ଥିଲା କି, କିଏ ଓ କାହିଁକି ରେହମାନ୍ ଆକାଉଣ୍ଟକୁ ଟଙ୍କା ପଠାଉ ଥିଲା ତାହାର ତଦନ୍ତ ପାଇଁ ଗଠିତ ୨ଟି ଟିମ୍ ମଧ୍ୟରୁ ଗୋଟିଏ ଦିଲ୍ଲୀ ଯାଇ ରେହମାନକୁ ପଚରାଉଚୁରା କରିବ। ଅନ୍ୟ ଏକ ଟିମ୍ ଝାଡ଼ଖଣ୍ଡ ଯାଇ ରେହମାନର ଗତିବିଧି ଓ ମଦ୍ରାସା ପରିଚାଳନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ଉଭୟ ଟିମ୍ ଆସନ୍ତାକାଲି ଦିଲ୍ଲୀ ଓ ଝାଡ଼ଖଣ୍ଡ ଅଭିମୁଖେ ବାହାରିବେ ବୋଲି ପୋଲିସ କମିଶନର ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos