ରେହମାନକୁ ରିମାଣ୍ଡରେ କ୍ରାଇମ୍‌ବ୍ରାଞ୍ଚକୁ ଦେବାକୁ ଦିଲ୍ଲୀ କୋର୍ଟଙ୍କୁ ସାଲେପୁର କୋର୍ଟଙ୍କ ସୁପାରିଶ

କଟକ: ଅଲ୍‌ କଏଦା ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ୍ ଟାସ୍କଫୋର୍ସ ପକ୍ଷରୁ କରାଯାଇଥିବା ଆବେଦନକୁ ସାଲେପୁର ଜେଏମ୍‌ଏଫ୍‌ସି ଗ୍ରହଣ କରିଛନ୍ତି। ରେହମାନକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଏହା ସହିତ ମେ’୨୫ ତାରିଖରୁ ୧୫ ଦିନ ପାଇଁ ରେହମାନକୁ ରିମାଣ୍ଡରେ ଛାଡ଼ିବା ଲାଗି କୋର୍ଟ ନୂଆଦିଲ୍ଲୀର ତିସ୍‌ହଜାରୀ କୋର୍ଟଙ୍କୁ ସୁପାରିଶ କରିଛନ୍ତି। ତେବେ ରେହମାନକୁ କେତେ ଦିନ ରିମାଣ୍ଡରେ ଛାଡ଼ିବେ ସେହି ନିଷ୍ପତ୍ତି […]

rehaman

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 06:00 AM IST

କଟକ: ଅଲ୍‌ କଏଦା ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ୍ ଟାସ୍କଫୋର୍ସ ପକ୍ଷରୁ କରାଯାଇଥିବା ଆବେଦନକୁ ସାଲେପୁର ଜେଏମ୍‌ଏଫ୍‌ସି ଗ୍ରହଣ କରିଛନ୍ତି। ରେହମାନକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଏହା ସହିତ ମେ’୨୫ ତାରିଖରୁ ୧୫ ଦିନ ପାଇଁ ରେହମାନକୁ ରିମାଣ୍ଡରେ ଛାଡ଼ିବା ଲାଗି କୋର୍ଟ ନୂଆଦିଲ୍ଲୀର ତିସ୍‌ହଜାରୀ କୋର୍ଟଙ୍କୁ ସୁପାରିଶ କରିଛନ୍ତି। ତେବେ ରେହମାନକୁ କେତେ ଦିନ ରିମାଣ୍ଡରେ ଛାଡ଼ିବେ ସେହି ନିଷ୍ପତ୍ତି ତିସ୍‌ହଜାରୀ କୋର୍ଟ ନେବେ ବୋଲି ସାଲେପୁର କୋର୍ଟ କହିଛନ୍ତି।

ବର୍ତ୍ତମାନ ରେହମାନ ଝାଡ଼ଖଣ୍ଡ ପୋଲିସ୍ ରିମାଣ୍ଡରେ ଅଛି।

Related story