ତିନିଦିନିଆ ରିମାଣ୍ଡ ଅବଧି ଶେଷ ପରେ ଜେଲ ଗଲେ ମୋତିଲାଲ

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ମାମଲାରେ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡଙ୍କର ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ କରାଯାଇଥିଲା। ମାତ୍ର ତାଙ୍କୁ  ଆଉ ଅଧିକ ଦିନ ରିମାଣ୍ଡରେ  ନେବା ପାଇଁ  ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇ ନ ଥିଲା।  ପରେ ମୋତିଲାଲାଙ୍କୁ ଜେଲକୁ ପଠାଇଦିଆଯାଇଛି। ରିମାଣ୍ଡ ସମୟର  ଜେରାବେଳେ ମୋତିଲାଲଙ୍କଠାରୁ  ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ମୋତିଲାଲଙ୍କ ପତ୍ନୀ ରଶ୍ମୀମଞ୍ଜରୀ ଗୌଡଙ୍କ ନାଁରେ  ଥିବା ମାଉଣ୍ଟ […]

motilal

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 01:45 PM IST

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ମାମଲାରେ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡଙ୍କର ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ କରାଯାଇଥିଲା। ମାତ୍ର ତାଙ୍କୁ  ଆଉ ଅଧିକ ଦିନ ରିମାଣ୍ଡରେ  ନେବା ପାଇଁ  ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇ ନ ଥିଲା।  ପରେ ମୋତିଲାଲାଙ୍କୁ ଜେଲକୁ ପଠାଇଦିଆଯାଇଛି। ରିମାଣ୍ଡ ସମୟର  ଜେରାବେଳେ ମୋତିଲାଲଙ୍କଠାରୁ  ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ମୋତିଲାଲଙ୍କ ପତ୍ନୀ ରଶ୍ମୀମଞ୍ଜରୀ ଗୌଡଙ୍କ ନାଁରେ  ଥିବା ମାଉଣ୍ଟ ଇଣ୍ଡିଆ ଡାଇଗ୍ନୋଷ୍ଟିକ୍ ଆକାଉଣ୍ଟକୁ ୩୮ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି। ସେହିପରି ଏହି ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯାଇଛି। ଏଥିସହ ମୋତିଲାଲଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର  ପରିମାଣ ବଢିଥିବା ଜଣାପଡ଼ିଛି।

ପୂର୍ବରୁ କ୍ରାଇମବ୍ରାଞ୍ଚ ମୋତିଲାଲକୁ ଦୁଇଟି ପର୍ଯ୍ୟାୟରେ ନେଇ ଜେରା କରିଥିଲା।

Related story