ରାଉରକେଲା: ହତ୍ୟା ଅଭିଯୋଗରେ ଜଣେ ଗିରଫ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ୍‌ ବହୁଚର୍ଚ୍ଚିତ ଆଶିଷ ଅଗ୍ରୱାଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦ୍ୱିତୀୟ ଅଭିଯୁକ୍ତ ସାରଦା ପାଲକୁ ରାଉରକେଲା ପୋଲିସ ଗିରଫ କରିଛି। ବ୍ୟବସାୟିକ ଓ ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ କହିଛି।

ପୂର୍ବରୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁଲଦୀପ ସିଂକୁ ପୋଲିସ୍‌ ଗିରଫ କରିଥିଲା।

ଗତ ଅକ୍ଟୋବର ୨୧ ତାରିଖ ସନ୍ଧ୍ୟାରେ ରାଉରକେଲା ମୁଖ୍ୟ ରାସ୍ତାରେ ଆଶିଷଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।