ମାଓ ନେତା ସବ୍ୟସାଚୀ ରାୟଗଡ଼ା ଜିଲ୍ଲା ଦୌରାଜଜ କୋର୍ଟରେ ହାଜର

ରାୟଗଡ଼ା: ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୋଓନେତା ସବ୍ୟସାଚୀ ପଣ୍ଡାଙ୍କୁ ରାୟଗଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ଚାନ୍ଦିଲି ଥାନାରେ ସବ୍ୟସାଚୀଙ୍କ ନାଁରେ ଥିବା ତିନିଟି ମାମଲାର ଶୁଣାଣି ପାଇଁ ହାଜର କରାଯାଇଥିଲା। ୨୦୦୨ ମସିହାରେ ଚାନ୍ଦିଲି ଥାନା ଲିଙ୍ଗାଗୁଡ଼ା ଜଙ୍ଗଲରେ ପୋଲିସ୍‌ ଉପରକୁ ଗୁଳି ଚାଳନା, ବଡ଼ଚମ୍ପିଆ ଗ୍ରାମର ଦୀନବନ୍ଧୁ ତୁଳଙ୍କ ଘରୁ ଡକାୟତି ଓ କୋଲନରା ବ୍ଲକ ମିଟସ୍‌ କଲେଜ ନିକଟରେ କଲଭର୍ଟରେ ବୋମା ଖଞ୍ଜି ଓଏସ୍‌ଏପି ଭ୍ୟାନ୍‌କୁ ଉଡାଇବା ଆଦି […]

sabyasachi

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 06:45 PM IST

ରାୟଗଡ଼ା: ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୋଓନେତା ସବ୍ୟସାଚୀ ପଣ୍ଡାଙ୍କୁ ରାୟଗଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ଚାନ୍ଦିଲି ଥାନାରେ ସବ୍ୟସାଚୀଙ୍କ ନାଁରେ ଥିବା ତିନିଟି ମାମଲାର ଶୁଣାଣି ପାଇଁ ହାଜର କରାଯାଇଥିଲା।

୨୦୦୨ ମସିହାରେ ଚାନ୍ଦିଲି ଥାନା ଲିଙ୍ଗାଗୁଡ଼ା ଜଙ୍ଗଲରେ ପୋଲିସ୍‌ ଉପରକୁ ଗୁଳି ଚାଳନା, ବଡ଼ଚମ୍ପିଆ ଗ୍ରାମର ଦୀନବନ୍ଧୁ ତୁଳଙ୍କ ଘରୁ ଡକାୟତି ଓ କୋଲନରା ବ୍ଲକ ମିଟସ୍‌ କଲେଜ ନିକଟରେ କଲଭର୍ଟରେ ବୋମା ଖଞ୍ଜି ଓଏସ୍‌ଏପି ଭ୍ୟାନ୍‌କୁ ଉଡାଇବା ଆଦି ମାମଲା ସବ୍ୟସାଚୀଙ୍କ ନାଁରେ ରହିଛି।

ଆଜି ଅପରାହ୍ନ ୨ଟାରେ ସବ୍ୟସାଚୀଙ୍କୁ କୋର୍ଟରେ ହାଜର କରାଯାଇଥିଲା।  ତେବେ ତାଙ୍କ ବିରୋଧରେ ଥିବା ତିନିଟି ଯାକ ମାମଲାର ଶୁଣାଣି କରି କୋର୍ଟ ପରବର୍ତ୍ତୀ ଶୁଣାଣି ତଳ କୋର୍ଟରେ ହେବ ବୋଲି କହିଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖକୁ ଧାର୍ଯ୍ୟ ହୋଇଛି। ସେହି ଦିନ ମାମଲାର ଶୁଣାଣି କରି ଚାର୍ଜ ଫ୍ରେମ୍‌ କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି।

Related story