ଏକ କୋଟି ଟଙ୍କା ଜବତ ମାମଲା: ୮ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ୍

ସମ୍ୱଲପୁର: ସମ୍ୱଲପୁରରେ  ୧ କୋଟି ୪୩ ଲକ୍ଷ ଟଙ୍କାର ନୂଆ ଓ ପୁରୁଣା ନୋଟ୍‌ ଜବତ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କୁ ଆଜିଠାରୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ଏହି ଆଠ ଜଣଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ସମ୍ୱଲପୁର ଏସ୍‌ଡିଜେଏମ୍‌ ପୋଲିସ୍‌କୁ ଅନୁମତି ଦେଇଥିଲେ। ପୋଲିସ୍ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜିଠାରୁ ୧୮ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ […]

sambalpur

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 12:04 PM IST

ସମ୍ୱଲପୁର: ସମ୍ୱଲପୁରରେ  ୧ କୋଟି ୪୩ ଲକ୍ଷ ଟଙ୍କାର ନୂଆ ଓ ପୁରୁଣା ନୋଟ୍‌ ଜବତ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କୁ ଆଜିଠାରୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ଏହି ଆଠ ଜଣଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ସମ୍ୱଲପୁର ଏସ୍‌ଡିଜେଏମ୍‌ ପୋଲିସ୍‌କୁ ଅନୁମତି ଦେଇଥିଲେ। ପୋଲିସ୍ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜିଠାରୁ ୧୮ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଦ ବ୍ୟବସାୟୀ ଜିଆରତ ଅଲ୍ଲୀ ଓ ଏସବିଆଇ ଅଧିକାରୀ ରଶ୍ମୀ ରଂଜନ ରାଉତ ଅଛନ୍ତି। ରିମାଣ୍ଡ ବେଳେ ସେମାନଙ୍କ ଠାରୁ ଟଙ୍କା କାରବାର ନେଇ ଅଧିକ ତଥ୍ୟ ସଂଗ୍ରହ କରିବ ପୋଲିସ୍।

ଆବଶ୍ୟକ ହେଲେ  ପୋଲିସ ସେମାନଙ୍କୁ  ପୁଣି ଥରେ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିପାରେ ବୋଲି ଧନୁପାଲି ଥାନା ଅଧିକାରୀ ପ୍ରକାଶ ଟପପୋ କହିଛନ୍ତି।

ପୁର୍ବରୁ ସମ୍ୱଲପୁର ପୋଲିସର ଏକ ଟିମ୍ ଭୁବନେଶ୍ୱରସ୍ଥିତ  ରିଜର୍ଭ ବ୍ୟାଙ୍କକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ।

Related story