ଦେବୋତ୍ତର ଜମି ନିଲାମକୁ ନେଇ ଉତ୍ତେଜନା

ସମ୍ୱଲପୁର: ସମ୍ୱଲପୁରରେ ଦେବୋତ୍ତର ଜମି ନିଲାମକୁ କେନ୍ଦ୍ରକରି ଆଜି ବିବାଦ ଦେଖାଦେଇଛି। ନିଲାମକୁ ବିରୋଧ କରି ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ ପୋଲିସ୍‌ ପଞ୍ଚି ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ସ୍ୱଭାବିକ ହୋଇଥିଲା। ଆଜି ସାକ୍ଷୀପଡ଼ା ଯଜ୍ଞବରାହ ମନ୍ଦିରରେ ୨୪ ଏକର ଜମିକୁ ଦେବୋତ୍ତର ବିଭାଗ ପକ୍ଷରୁ ନିଲାମ କରାଯିବାର ଥିଲା। ଏ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସହକାରୀ ଅତିରିକ୍ତ ଦେବୋତ୍ତର କମିଶନରଙ୍କ ଅଫିସରେ ନିଲାମ ପ୍ରକ୍ରିୟା ଆରମ୍ଭ […]

sambalpur

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 10:47 PM IST

ସମ୍ୱଲପୁର: ସମ୍ୱଲପୁରରେ ଦେବୋତ୍ତର ଜମି ନିଲାମକୁ କେନ୍ଦ୍ରକରି ଆଜି ବିବାଦ ଦେଖାଦେଇଛି। ନିଲାମକୁ ବିରୋଧ କରି ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ ପୋଲିସ୍‌ ପଞ୍ଚି ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ସ୍ୱଭାବିକ ହୋଇଥିଲା।

ଆଜି ସାକ୍ଷୀପଡ଼ା ଯଜ୍ଞବରାହ ମନ୍ଦିରରେ ୨୪ ଏକର ଜମିକୁ ଦେବୋତ୍ତର ବିଭାଗ ପକ୍ଷରୁ ନିଲାମ କରାଯିବାର ଥିଲା। ଏ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସହକାରୀ ଅତିରିକ୍ତ ଦେବୋତ୍ତର କମିଶନରଙ୍କ ଅଫିସରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା। ନିଲାମ ହେବାକୁ ଥିବା ଜମିରେ ବହୁ ବର୍ଷ ଧରି ରହୁଥିବା ଆଦିବାସୀ ହରିଜନ ଲୋକେ ଏହାକୁ ବିରୋଧ କରିଥିଲେ।

Related story