ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଘଟଣା: ଅଧ୍ୟାପକ ମନୋଜ କୁମାର ବେହେରାଙ୍କୁ କାର୍ଯ୍ୟରୁ ଅନ୍ତର କଲେ କୁଳପତି

ସମ୍ବଲପୁର: ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ବେହେରାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ବିଶ୍ୱବିଦ୍ୟାଳୟର ହିଂସା ଓ ଯୌନ ଉତ୍ପୀଡ଼ନ ଆଭ୍ୟନ୍ତରୀଣ କମିଟିର ସୁପାରିଶ ଆଧାରରେ ତାଙ୍କୁ କାର୍ଯ୍ୟାନ୍ତର କରାଯାଇଥିବା ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି। ମନୋଜଙ୍କ ନାଁରେ  ୪ ଜଣ ଛାତ୍ରୀ ମାନସିକ ନିର୍ଯାତନା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଅଭିଯୋଗ ଆଣିଥିଲେ। ତେବେ ଅଧ୍ୟାପକଙ୍କ ବିରୋଧରେ ଅଣାଯାଇଥିବା ମାନସିକ ନିର୍ଯାତନା ଅଭିଯୋଗ ଘଟଣାରେ  ସଂପୃକ୍ତ ବିଭାଗର ଛାତ୍ରଛାତ୍ରୀ ଦୁଇ […]

smb

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 04:39 AM IST

ସମ୍ବଲପୁର: ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ବେହେରାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ବିଶ୍ୱବିଦ୍ୟାଳୟର ହିଂସା ଓ ଯୌନ ଉତ୍ପୀଡ଼ନ ଆଭ୍ୟନ୍ତରୀଣ କମିଟିର ସୁପାରିଶ ଆଧାରରେ ତାଙ୍କୁ କାର୍ଯ୍ୟାନ୍ତର କରାଯାଇଥିବା ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି। ମନୋଜଙ୍କ ନାଁରେ  ୪ ଜଣ ଛାତ୍ରୀ ମାନସିକ ନିର୍ଯାତନା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଅଭିଯୋଗ ଆଣିଥିଲେ।

ତେବେ ଅଧ୍ୟାପକଙ୍କ ବିରୋଧରେ ଅଣାଯାଇଥିବା ମାନସିକ ନିର୍ଯାତନା ଅଭିଯୋଗ ଘଟଣାରେ  ସଂପୃକ୍ତ ବିଭାଗର ଛାତ୍ରଛାତ୍ରୀ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି।  ଏହି ୪ ଛାତ୍ରୀ ମିଥ୍ୟା ଅଭିଯୋଗ  ଆଣିଥିବା ଅଭିଯୋଗ କରି ଆଉ ଗୋଟିଏ ଛାତ୍ର ଗୋଷ୍ଠୀ ଗତକାଲି ବିଶ୍ୱବିଦ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

Related story