ସମ୍ବଲପୁର: ସମ୍ୱଲପୁରରେ କିରୋସିନ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ୫୩ ନମ୍ୱର ଜାତୀୟ ରାଜପଥର ଅଇଁଠାପାଲି ଥାନା ଅନ୍ତଭୁର୍କ୍ତ ଏକ ଗ୍ୟାରେଜରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ୧୬ଶହ ଲିଟର ପିଡିଏସ୍ କିରୋସିନ୍ ଓ ୨ହଜାର ଲିଟର ଡିଜେଲ ଜବତ କରାଯାଇଛି।ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ କିରୋସିନିକୁ କିରୋସିନ ବୋଝେଇ ଟ୍ୟାଙ୍କରୁ ଚଞ୍ଚକତା କରି ଅନଲୋଡ କରାଯାଇଥିଲା। ପରେ ଡିଜେଲ ସହ ଅପମିଶ୍ରଣ କରି ବିକ୍ରି କରାଯାଉଥିଲା। ଗତ ୭ବର୍ଷ ଧରି ଚାଲିଥିଲା ଏହି କଳା କାରନାମା।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ମଧ୍ୟ ଭିଜିଲାନ୍ସ ବିଭାଗ ଶାସନ ଥାନା ଅନ୍ତର୍ଗତ ଡୁଙ୍ଗୁରିପଡା ଭାଲୁବାହାଲ ଅଞ୍ଚଳରେ ପିଡିଏସ କିରୋସିନ ବୋଝେଇ ଟ୍ୟାଙ୍କର ଜବତ କରିଥିଲା।