ସମ୍ବଲପୁରରୁ ୩୫ ହଜାର ଟଙ୍କାର ନଷ୍ଟ ପୁରୁଣା ନୋଟ୍ ଜବତ

ସମ୍ବଲପୁର: ସମ୍ବଲପୁରରେ ପ୍ରାୟ ୩୫ ହଜାର ଟଙ୍କାର ନଷ୍ଟ ହୋଇଯାଇଥିବା ପୁରୁଣା ନୋଟ୍ ପୋଲିସ୍‌ ଜବତ କରିଛି। ଗତକାଲି ତଅଁଳାପଡ଼ାରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଏସବୁ ନୋଟ୍‌ ଜବତ କରିଛି।  ପୁରୁଣା ନୋଟ୍‌ ଗୁଡ଼ିକ ପୂର୍ବରୁ କେହି ଜଣେ ପୋଡ଼ି ଦେଇ ପିଙ୍ଗି ଦେଇଥିବା ପୋଲିସ୍‌ କହିଛି। ଜବତ ନୋଟ୍‌ ମଧ୍ୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରହିଛି। କିନ୍ତୁ ପୋଡ଼ି ଏବଂ ଚିରି ଯାଇ ଏସବୁ ଟଙ୍କା ନଷ୍ଟ ହୋଇଯାଇଥିବାରୁ ଗଣିବା ମଧ୍ୟ […]

note

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 08:47 AM IST

ସମ୍ବଲପୁର: ସମ୍ବଲପୁରରେ ପ୍ରାୟ ୩୫ ହଜାର ଟଙ୍କାର ନଷ୍ଟ ହୋଇଯାଇଥିବା ପୁରୁଣା ନୋଟ୍ ପୋଲିସ୍‌ ଜବତ କରିଛି। ଗତକାଲି ତଅଁଳାପଡ଼ାରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଏସବୁ ନୋଟ୍‌ ଜବତ କରିଛି।  ପୁରୁଣା ନୋଟ୍‌ ଗୁଡ଼ିକ ପୂର୍ବରୁ କେହି ଜଣେ ପୋଡ଼ି ଦେଇ ପିଙ୍ଗି ଦେଇଥିବା ପୋଲିସ୍‌ କହିଛି। ଜବତ ନୋଟ୍‌ ମଧ୍ୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରହିଛି। କିନ୍ତୁ ପୋଡ଼ି ଏବଂ ଚିରି ଯାଇ ଏସବୁ ଟଙ୍କା ନଷ୍ଟ ହୋଇଯାଇଥିବାରୁ ଗଣିବା ମଧ୍ୟ ସମ୍ଭବ ହେଉନାହିଁ। ତେବେ ଏସବୁର ମୂଲ୍ୟ ପ୍ରାୟ ୩୦ରୁ ୩୫ ହଜାର ମଧ୍ୟରେ ହେବ ବୋଲି ପୋଲିସ୍‌ କହିଛି।

ମହାନଦୀ ବାଲିବନ୍ଧ ଘାଟ ସଂଲଗ୍ନ ଏକ ନାଳରୁ ଜଣେ ବ୍ୟକ୍ତି ଏସବୁ ନୋଟକୁ ପାଇ ରଖିଥିଲା। ପୋଲିସ୍‌ ଖବର ପାଇ ତାଙ୍କ ଘରୁ ନୋଟ୍‌ ସବୁ ଜବତ କରିଛି।

 

Related story