ସମ୍ବଲପୁର ମଣ୍ଡଳ କାରଗାରର ଅଧୀକ୍ଷକଙ୍କୁ ଛୁରାମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରଗାରର ଅଧୀକ୍ଷକଙ୍କୁ ଛୁରାମାଡ଼ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଧନୁପାଲି ଥାନା ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଜୟ ସିଂ, କୃଷ୍ଣଚନ୍ଦ୍ର ମାଝି ଓ ନୀଳକଣ୍ଠ ନନ୍ଦ। ଜେଲ ଭିତରେ ଥିବା ଦୁଇଜଣ ଅନ୍ତେବାସୀଙ୍କ ପ୍ରରୋଚନାରେ ସେମାନେ ଅଧୀକ୍ଷକଙ୍କ ଉପରେ  ଆକ୍ରମଣ  କରିଥିବା ଜଣାପଡ଼ିଛି। ଅଧୀକ୍ଷକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସେମାନେ ହତ୍ୟା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ବିଭିନ୍ନ ଅପରାଧରେ […]

samlapur

Rakesh Mallick
  • Published: Sunday, 07 August 2016
  • , Updated: 08 August 2016, 07:46 AM IST

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରଗାରର ଅଧୀକ୍ଷକଙ୍କୁ ଛୁରାମାଡ଼ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଧନୁପାଲି ଥାନା ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଜୟ ସିଂ, କୃଷ୍ଣଚନ୍ଦ୍ର ମାଝି ଓ ନୀଳକଣ୍ଠ ନନ୍ଦ। ଜେଲ ଭିତରେ ଥିବା ଦୁଇଜଣ ଅନ୍ତେବାସୀଙ୍କ ପ୍ରରୋଚନାରେ ସେମାନେ ଅଧୀକ୍ଷକଙ୍କ ଉପରେ  ଆକ୍ରମଣ  କରିଥିବା ଜଣାପଡ଼ିଛି। ଅଧୀକ୍ଷକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସେମାନେ ହତ୍ୟା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଗତ ୩ ତାରିଖ ରାତିରେ ଜେଲ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଜେଲ ନିକଟରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଦର ଡାକ୍ତରଖାନା ପରେ ବୁର୍ଲାମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

Related story