ଭୁବନେଶ୍ୱର: ଠକେଇ ଅଭିଯୋଗରେ ସମୃଦ୍ଧ ଜୀବନ ଚିଟଫଣ୍ଡ ସଂସ୍ଥା ଉପରେ ମଙ୍ଗଳବାର ସିବିଆଇ ଚଢ଼ାଉ ହୋଇଛି। ଓଡ଼ିଶାରେ ମାଲକାନଗିରି ଓ ବରଗଡ ସମେତ ଦେଶର ୫୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାରେ ମାଲକାନଗିରିରେ ଏହି ଚଢାଉ କରାଯାଇଛି। ୨ଟି ସିବିଆଇ ଟିମ୍ ଓ ସ୍ଥାନୀୟ ପୋଲିସ ସହାୟତାରେ ଏହି ଚଢ଼ାଉ କରାଯାଇଛି। ୨ ବର୍ଷ ତଳେ ସ୍ଥାନୀୟ ପୋଲିସ ଏହି କାର୍ଯ୍ୟାଳୟର ଚଢାଉ କରି କାଗଜପତ୍ର ଜବତ କରିଥିଲେ । କମ୍ପାନୀ ନାଁରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କ ଟଙ୍କା ହଡପ୍ କରିଥିବା ଅଭିଯୋଗ ରହିଛି ।
ବରଗଡ ବାନ୍ଦୁ ଟିକ୍ରାରେ ଥିବା ସମୃଦ୍ଧ ଜୀବନର କାର୍ଯ୍ୟାଳୟର ଚଢାଉ କରିଥିଲା ସିବିଆଇର ଏକ ୪ ଜଣିଆ ଟିମ୍। ସେମାନେ ଅଫିସରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସେଗୁଡିକୁ ଜବତ କରିଥିଲେ। କାର୍ଯ୍ୟାଳୟରୁ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ
ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Crime
ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
Crime
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।