ସମୃଦ୍ଧ ଜୀବନ ଚିଟଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ସମୃଦ୍ଧ ଜୀବନ ଚିଟଫଣ୍ଡ ସଂସ୍ଥା ଉପରେ ମଙ୍ଗଳବାର ସିବିଆଇ ଚଢ଼ାଉ ହୋଇଛି। ଓଡ଼ିଶାରେ ମାଲକାନଗିରି ଓ ବରଗଡ ସମେତ ଦେଶର ୫୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାରେ ମାଲକାନଗିରିରେ ଏହି ଚଢାଉ କରାଯାଇଛି। ୨ଟି ସିବିଆଇ ଟିମ୍ ଓ ସ୍ଥାନୀୟ ପୋଲିସ ସହାୟତାରେ ଏହି ଚଢ଼ାଉ କରାଯାଇଛି। ୨ ବର୍ଷ ତଳେ ସ୍ଥାନୀୟ ପୋଲିସ ଏହି କାର୍ଯ୍ୟାଳୟର ଚଢାଉ କରି କାଗଜପତ୍ର […]

sbi

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 03:42 PM IST

ଭୁବନେଶ୍ୱର: ଠକେଇ ଅଭିଯୋଗରେ ସମୃଦ୍ଧ ଜୀବନ ଚିଟଫଣ୍ଡ ସଂସ୍ଥା ଉପରେ ମଙ୍ଗଳବାର ସିବିଆଇ ଚଢ଼ାଉ ହୋଇଛି। ଓଡ଼ିଶାରେ ମାଲକାନଗିରି ଓ ବରଗଡ ସମେତ ଦେଶର ୫୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାରେ ମାଲକାନଗିରିରେ ଏହି ଚଢାଉ କରାଯାଇଛି। ୨ଟି ସିବିଆଇ ଟିମ୍ ଓ ସ୍ଥାନୀୟ ପୋଲିସ ସହାୟତାରେ ଏହି ଚଢ଼ାଉ କରାଯାଇଛି। ୨ ବର୍ଷ ତଳେ ସ୍ଥାନୀୟ ପୋଲିସ ଏହି କାର୍ଯ୍ୟାଳୟର ଚଢାଉ କରି କାଗଜପତ୍ର ଜବତ କରିଥିଲେ । କମ୍ପାନୀ ନାଁରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କ ଟଙ୍କା ହଡପ୍ କରିଥିବା ଅଭିଯୋଗ ରହିଛି ।

ବରଗଡ ବାନ୍ଦୁ ଟିକ୍ରାରେ ଥିବା ସମୃଦ୍ଧ ଜୀବନର କାର୍ଯ୍ୟାଳୟର ଚଢାଉ କରିଥିଲା ସିବିଆଇର ଏକ ୪ ଜଣିଆ ଟିମ୍। ସେମାନେ ଅଫିସରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସେଗୁଡିକୁ ଜବତ କରିଥିଲେ। କାର୍ଯ୍ୟାଳୟରୁ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା।

Related story