ଶାରଦା ଚିଟଫଣ୍ଡ ମାମଲା: ପୁରୀ କାର୍ଯ୍ୟାଳୟରେ ସିବିଆଇର ପୁଣି ଖୋଳତାଡ଼, କାଗଜପତ୍ର ଜବତ

ପୁରୀ: ପୁରୀ ସ୍ଥିତ ଶାରଦା ଚିଟ୍ ଫଣ୍ଡ ଅଫିସରେ ଆଜି ପୁଣି ସିବିଆଇ ଟିମ୍ ଖୋଳତାଡ କରିଛି। ସିବିଆଇର ଏକ ୭ ଜଣିଆ ଟିମ୍ ଶାରଦା ଅଫିସକୁ ଯାଇ ଅଫିସ୍ ଭିତରେ ଥିବା କମ୍ପ୍ୟୁଟର, ବିଭିନ୍ନ କାଗଜପତ୍ର ଓ ଫାଇଲ୍ ସବୁ ଛାନଭିନ୍ କରିଛି। ଏଥିସହ ଅଫିସ୍ ପରିସରରେ ଥିବା ୭ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ,ଲୋକଙ୍କୁ ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ କରି ନେଇଥିବା ଶାରଦା ଚିଟଫିଣ୍ଡ […]

cbi

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 10:56 AM IST

ପୁରୀ: ପୁରୀ ସ୍ଥିତ ଶାରଦା ଚିଟ୍ ଫଣ୍ଡ ଅଫିସରେ ଆଜି ପୁଣି ସିବିଆଇ ଟିମ୍ ଖୋଳତାଡ କରିଛି। ସିବିଆଇର ଏକ ୭ ଜଣିଆ ଟିମ୍ ଶାରଦା ଅଫିସକୁ ଯାଇ ଅଫିସ୍ ଭିତରେ ଥିବା କମ୍ପ୍ୟୁଟର, ବିଭିନ୍ନ କାଗଜପତ୍ର ଓ ଫାଇଲ୍ ସବୁ ଛାନଭିନ୍ କରିଛି। ଏଥିସହ ଅଫିସ୍ ପରିସରରେ ଥିବା ୭ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ,ଲୋକଙ୍କୁ ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ କରି ନେଇଥିବା ଶାରଦା ଚିଟଫିଣ୍ଡ କମ୍ପାନୀର ପୁରୀ ଅଫିସରେ ଦୀର୍ଘ ଦିନ ଧରି ତାଲା ପଡିଛି। ଜମାକାରୀ ଓ ଏଜେଣ୍ଟଙ୍କ ଅଭିଯୋଗ ପରେ ଏହି ଅଫିସକୁ ସିଲ୍ କରାଯାଇଥିଲା। ତେବେ ଭଡ଼ା ଘରେ ଚାଲୁଥିବା ଏହି ଅଫିସକୁ ପୁଣି ସଂପୃକ୍ତ ଘର ମାଲିକଙ୍କୁ ଫେରସ୍ତ ଦିଆଯିବାକୁ ଉଦ୍ୟମ ଆରମ୍ଭ ହୋଇଛି।

Related story