ବଲାଙ୍ଗିର ସର୍ଗିପାଲି ଦଳିତ ନାବାଳିକା ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ବଲାଙ୍ଗିର: ଗତ ମେ’ ୨୨ରେ ଖପ୍ରାଖୋଲ୍ ସର୍ଗିପାଲି ଦଳିତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ। ଏହି ଘଟଣାକୁ ନେଇ ସଦର ମହକୁମାରୁ ରାଜଧାନୀ ପର୍ଯ୍ୟନ୍ତ ତାତି ଥିଲେ ଦଳିତ ବିଭିନ୍ନ ସଂଗଠନ। ଏହାସହ ରାଜନେତା ବି ଗର୍ଜି ଥିଲେ। ଦିଲ୍ଲୀରୁ ଜାତୀୟ ଏସ୍.ସି କମିଶନର ଏକ ସଦସ୍ୟ ସର୍ଗିପାଲି ଗାଁକୁ ଗସ୍ତ କରି ତଦନ୍ତ କରିଥିଲେ। ଜିଲ୍ଳାପାଳ ଓ ଏସପିଙ୍କୁ ରିପୋର୍ଟ ବି ତଲବ କରିଥିଲେ। ପରେ ପରେ ଘଟଣାର ତଦନ୍ତ ଦାୟିତ୍ୱ […]

sargipali-murder-case

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 09:28 PM IST

ବଲାଙ୍ଗିର: ଗତ ମେ’ ୨୨ରେ ଖପ୍ରାଖୋଲ୍ ସର୍ଗିପାଲି ଦଳିତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ। ଏହି ଘଟଣାକୁ ନେଇ ସଦର ମହକୁମାରୁ ରାଜଧାନୀ ପର୍ଯ୍ୟନ୍ତ ତାତି ଥିଲେ ଦଳିତ ବିଭିନ୍ନ ସଂଗଠନ। ଏହାସହ ରାଜନେତା ବି ଗର୍ଜି ଥିଲେ। ଦିଲ୍ଲୀରୁ ଜାତୀୟ ଏସ୍.ସି କମିଶନର ଏକ ସଦସ୍ୟ ସର୍ଗିପାଲି ଗାଁକୁ ଗସ୍ତ କରି ତଦନ୍ତ କରିଥିଲେ। ଜିଲ୍ଳାପାଳ ଓ ଏସପିଙ୍କୁ ରିପୋର୍ଟ ବି ତଲବ କରିଥିଲେ। ପରେ ପରେ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା କ୍ରାଇମ୍‌ବ୍ରାଞ୍ଚ। କିନ୍ତୁ ଅପରାଧୀଙ୍କୁ ଧରିବାରେ ଫେଲ୍ ମାରିଥିଲା କ୍ରାଇମ୍‌ବ୍ରାଞ୍ଚ। ତେଣୁ ଏବେ ଘଟଣା ତଦନ୍ତ ଦାୟିତ୍ୱ ନେଇଛି ସିବିଆଇ। ଘଟଣାର ଅନୁସନ୍ଧାନ କରିବା ପାଇଁ ସିବିଆଇକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ।

ଗତ ମେ’ ମାସରେ ହରିଶଙ୍କର ନାଳକୁ ଗାଧୋଇ ଯାଇଥିବା ଦଶମ ଶ୍ରେଣୀର ଦଳିତ ଛାତ୍ରୀ ସ୍ନେହଲତା ଆଉ ଘରକୁ ଫେରି ନ ଥିଲା । ପରିବାର ଲୋକଙ୍କ ଖୋଜା ଖୋଜି ପରେ ନାଳ କଡରେ ଥିବା ବୁଦା ଭିତରୁ ସ୍ନେହଲତାର ଗଳିତ ଶବ ଉଦ୍ଧାର କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାରବର୍ଗ।

ବିଭିନ୍ନ ବିଭିନ୍ନ ଦୃଷ୍ଟିକୋଣରୁ ଘଟଣାର ପୋଲିସ୍ ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ୍‌ ପାଇ ନ ଥିଲା। ଘଟଣାକୁ ନେଇ ରାଜନୀତି ସରଗରମ ହେବା ପରେ ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚକୁ ଦିଆଗଲା। ସ୍ଥାନୀୟ ୧୧ ଜଣ ଯୁବକଙ୍କ ଡିଏନ୍ଏ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ରକ୍ତ ନମୂନା ପଠାଯାଇଥିଲା। ପରେ ପରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ନିୟମ ମୁତାବକ ସମୟ ଭିତରେ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ ଜାମିନରେ ଖଲାସ୍ ହୋଇଥିଲେ ଗିରଫ ଦୁଇ ଯୁବକ। ଏହି ଘଟଣା ପରେ ତଦନ୍ତ ଉପରେ ଆସ୍ଥା ହରାଇଥିଲେ ପରିବାରବର୍ଗ।

ମୃତକଙ୍କ ପରିବାରବର୍ଗ କହିଛନ୍ତି,“ସରକାରଙ୍କର କ’ଣ ଆଇନ୍‌ ଅଛି ମୁଁ ଏନେଇ କିଛି ଜାଣିନାହିଁ। ଏହି ଖବର ମିଳିବା ପରେ ମତେ ନ୍ୟାୟ ମିଳିବ ବୋଲି ମୁଁ ଭାବୁଛି।”

ଏନେଇ ବଲାଙ୍ଗିର ଜିଲ୍ଲାପାଳ ଆଶିଷ ଠାକ୍ରେ କହିଛନ୍ତି,“ଏହି ମାମଲାର ଆଜି ସିବିଆଇ ହାତକୁ ନେଇଛି। ତାଙ୍କ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସବୁ ସହଯୋଗ କରାଯିବ।”

Related story