ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅସ୍ତ୍ର କରି ଟଙ୍କା ଠକେଇ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରର ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅସ୍ତ୍ର କରି ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଭିନ୍ନ ଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ନାଁରେ ଘରୋଇ ଆର୍ଥିକ ସଂସ୍ଥାରୁ ଋଣ ନାଁରେ ଅର୍ଥ ଉଠାଯାଇଥିବା ଜଣାପଡିଛି। ଏପରି ଠକେଇର ଶିକାର ମାନେଶ୍ୱର ବ୍ଲକ୍‌ ଅଞ୍ଚଳର ମହିଳାମାନେ ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ଜଣେ ମହିଳା ଓ ତାଙ୍କ ପୁଅ ଗରିବ ମହିଳାମାନଙ୍କୁ କମିଶନ ଦେବାର ପ୍ରଲୋଭନ ଦେଖାଇ ଏହି […]

thakai

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 01:33 PM IST

ସମ୍ବଲପୁର: ସମ୍ବଲପୁରର ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅସ୍ତ୍ର କରି ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଭିନ୍ନ ଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ନାଁରେ ଘରୋଇ ଆର୍ଥିକ ସଂସ୍ଥାରୁ ଋଣ ନାଁରେ ଅର୍ଥ ଉଠାଯାଇଥିବା ଜଣାପଡିଛି। ଏପରି ଠକେଇର ଶିକାର ମାନେଶ୍ୱର ବ୍ଲକ୍‌ ଅଞ୍ଚଳର ମହିଳାମାନେ ହୋଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ଜଣେ ମହିଳା ଓ ତାଙ୍କ ପୁଅ ଗରିବ ମହିଳାମାନଙ୍କୁ କମିଶନ ଦେବାର ପ୍ରଲୋଭନ ଦେଖାଇ ଏହି ଠକେଇ କରିଛନ୍ତି। ମାଆପୁଅ ପ୍ରଥମେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଘରୋଇ ଆର୍ଥିକ ସଂସ୍ଥାରୁ ଋଣ ପାଇଁ ଗାଁରେ ମହିଳାମାନଙ୍କୁ ପ୍ରବର୍ତ୍ତାଇ ଥିଲେ। ଋଣ ଟଙ୍କା ସେ ନେବେ ଏବଂ ନିଜେ ପରିଶୋଧ କରିବେ ବୋଲି ମହିଳାମାନଙ୍କୁ  କହିଥିଲେ। କିନ୍ତୁ ଏଥିପାଇଁ ପ୍ରତ୍ୟେକ ସଦସ୍ୟଙ୍କୁ ଋଣ ଟଙ୍କାର ୧୦ ପ୍ରତିଶତ ଦେବେ ବୋଲି ସମ୍ପୃକ୍ତ ମହିଳା ଜଣଙ୍କ କହିଥିଲେ। ସମ୍ପୃକ୍ତ ମହିଳା ଜଣକ ୬ ମାସ ଋଣ ଶୁଝିବା ପରେ ସେ ଓ ତାଙ୍କ ପୁଅ କେଉଁଆଡ଼େ ଫେରାର ହୋଇଯାଇଥିଲେ।

ଋଣ ଟଙ୍କା ଆଦାୟ ପାଇଁ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ ପରେ ଏବେ ଠକାମୀର ଶିକାର ହୋଇଥିବା ଜାଣି ଶତାଧିକ ମହିଳା ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story