ସିସୋର ଚିଟଫଣ୍ଡ୍ ଠକେଇ ମାମଲାର ତଦନ୍ତ ଅଧିକାରୀଙ୍କ ବଦଳି  

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ଅଧିକାରୀଙ୍କୁ ବଦଳି କରାଯାଇଛି।  ଡିଏସପି ପାହ୍ୟାର ଏହି ସିବିଆଇ ଅଫିସରଙ୍କୁ ରାଜସ୍ଥାନର ଯୋଧପୁର ବଦଳି କରାଯାଇଛି। ତେବେ କେଉଁ କାରଣରୁ ହଠାତ୍ ତାଙ୍କୁ ବଦଳି କରାଗଲା ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସିସୋର ଚିଟଫଣ୍ଡ୍ ଠକେଇ ମାମଲାର ତଦନ୍ତ ଅଧିକାରୀଙ୍କୁ ଅଚାନକ୍ କାହିଁକି ବଦଳି କରଗଲା? ଏହକୁ ନେଇ ଏବ ଉଠିଛି ପ୍ରଶ୍ନ। ବର୍ଷେ ହେବ ସିବିଆଇ ଡିଏସପି […]

seashore

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 03:29 PM IST

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ଅଧିକାରୀଙ୍କୁ ବଦଳି କରାଯାଇଛି।  ଡିଏସପି ପାହ୍ୟାର ଏହି ସିବିଆଇ ଅଫିସରଙ୍କୁ ରାଜସ୍ଥାନର ଯୋଧପୁର ବଦଳି କରାଯାଇଛି। ତେବେ କେଉଁ କାରଣରୁ ହଠାତ୍ ତାଙ୍କୁ ବଦଳି କରାଗଲା ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସିସୋର ଚିଟଫଣ୍ଡ୍ ଠକେଇ ମାମଲାର ତଦନ୍ତ ଅଧିକାରୀଙ୍କୁ ଅଚାନକ୍ କାହିଁକି ବଦଳି କରଗଲା? ଏହକୁ ନେଇ ଏବ ଉଠିଛି ପ୍ରଶ୍ନ। ବର୍ଷେ ହେବ ସିବିଆଇ ଡିଏସପି ଆର.ଏନ୍. ତ୍ରିପାଠୀ ମାମଲାର ତଦନ୍ତ କରୁଥିଲେ। ତେବେ ହଠାତ୍ ତାଙ୍କୁ ବଦଳି କରାଯିବା ପଛରେ କାରଣ କ’ଣ ଥାଇପାରେ? ମାମଲାରେ ବଡ଼ବଡ଼ିଆଙ୍କ ସଂପୃକ୍ତି ନେଇ ସେ ଖୋଳତାଡ଼ କରୁଥିବାରୁ ଚାପ ପକାଇ ତାଙ୍କୁ ତଦନ୍ତରୁ ଦୂରେଇ ରଖାଯାଇଛି କି? ସିବିଆଇ କର୍ତ୍ତୃପକ୍ଷ ତାଙ୍କ ତଦନ୍ତରେ ସନ୍ତୁଷ୍ଟ ନଥିଲେ କି? ଉଚ୍ଚ ଅଧିକାରୀଙ୍କ ସହ ତାଙ୍କର ଠିକ୍ ସମନ୍ୱୟ ନଥିଲା କି? ତାଙ୍କ ସମୟରେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିଲା କି? ଏବେ ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୦୧୪ ନଭେମ୍ୱର ୧୮ ତାରିଖରେ ତଦନ୍ତ ଅଧିକାରୀ ଆର.ଏନ୍. ତ୍ରିପାଠୀଙ୍କ ନେତୃତ୍ୱରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସମେତ ମୋଟ ୧୮ ଜଣଙ୍କ ଘରେ ଚଢାଉ କରିଥିଲା ସିବିଆଇ। ଏମାନଙ୍କ ମଧ୍ୟରେ ଥିଲେ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର, ଦୁଇ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ, କିଛି ବ୍ୟବସାୟୀ ଓ ମନିଟ୍ରେଲରେ ସଂପୃକ୍ତ ଦଲାଲ ଶୁଭଙ୍କର ନାୟକ। ସେହିପରି ଶୁଭଙ୍କରକୁ ସିବିଆଇ ଗିରଫ କରିବା ସହ ତାଙ୍କ ଘରୁ ଗୁପ୍ତ ତଥ୍ୟ ଥିବା ଏକ ଡାଏରୀ ଜବତ କରିଥିଲା। ସିସୋର ସହ ଲିଙ୍କ ଥିବା କିଛି ଆଇଏଏସ୍ ଓ ଆଇପିଏସ୍ ଅଫିସର  ସଂପର୍କରେ ଏହି ଡାଏରୀରେ ଉଲ୍ଲେଖ ଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ପରେ ବରିଷ୍ଠ ସାମ୍ୱାଦିକ ଲଳିତ ପାଟ୍ଟଯୋଶୀଙ୍କୁ ଏ ସଂକ୍ରାନ୍ତରେ ଜେରା କରାଯାଇଥିଲା।

ସିସୋର ଲିଙ୍କ୍ ନେଇ ସାସଂଦ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ଏହାଛଡା ପାୱାର କରିଡରର ଜଣାଶୁଣା ବ୍ୟକ୍ତି ସରୋଜ ସାହୁ ବି ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଓ ସତୀଶ ଗଜଭିୟେଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା। ସିସୋର୍ ତଦନ୍ତକୁ ଇତି ମଧ୍ୟରେ ଗୋଟିଏ ବର୍ଷ ପୂରିଥିବା ବେଳେ ମାମଲାର ପ୍ରଥମ ଚାର୍ଜ ସିଟ୍ ମଧ୍ୟ ଦାଖଲ ହୋଇଛି। ତେବେ ମାମଲା ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିବା ବେଲେ ତଦନ୍ତ ଅଧିକାରୀଙ୍କୁ ହଠାତ୍ ବଦଳି କରାଯିବା ନେଇ ପ୍ରଶ୍ନ ଉଠିଛି।

Related story