ସି-ସୋର୍ ଚିଟ୍‌ଫଣ୍ଡ୍ ଠକେଇ: ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ

କଟକ: ସି-ସୋର ଗ୍ରୁପ ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଜାମିନ ଦିଆଗଲେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି କୋର୍ଟ କହିଛନ୍ତି। ତେବେ ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ ହେଲା ପରେ ସେ ପୁନର୍ବାର ଜାମିନ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଗତ ଫେବୃୟାରୀ ୧୧ ତାରିଖରେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସି-ସୋର […]

prasant

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 05:39 AM IST

କଟକ: ସି-ସୋର ଗ୍ରୁପ ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଜାମିନ ଦିଆଗଲେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି କୋର୍ଟ କହିଛନ୍ତି। ତେବେ ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ ହେଲା ପରେ ସେ ପୁନର୍ବାର ଜାମିନ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଗତ ଫେବୃୟାରୀ ୧୧ ତାରିଖରେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

ସି-ସୋର ଜମାକାରୀଙ୍କର ଡିପୋଜିଟ୍ ମ୍ୟାଚୁରିଟି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଗିରଫ କରାଗଲା। କ୍ରାଇମବ୍ରାଞ୍ଚ କରିଥିବା ତଦନ୍ତ ଠାରୁ ସିବିଆଇ ଅଧିକ କୌଣସି ତଥ୍ୟ ପ୍ରମାଣ ଜୁଟାଇ ପାରିନାହିଁ ଏବଂ ତଦନ୍ତ ପ୍ରାୟ ଶେଷ ହୋଇସାରିଛି। ତେଣୁ ତାଙ୍କୁ ଜାମିନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଶାନ୍ତଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଅନ୍ୟ ପକ୍ଷରେ ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ପ୍ରଭାତ ଦାସଙ୍କ ଜାମିନ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ପ୍ରଭାତଙ୍କ ଠାରୁ ପ୍ରଶାନ୍ତଙ୍କର ସି-ସୋର ଗ୍ରୁପର ପରିଚାଳନାରେ ‌ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିଲା।  ସବୁ କିଛି ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ କରାଯାଉଥିଲା। ପ୍ରଭାତଙ୍କୁ ସୁପ୍ରିମକୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ପ୍ରଶାନ୍ତଙ୍କୁ ଜାମିନ ଦେବାର କୌଣସି କାରଣ ନାହିଁ ବୋଲି ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

Related story