ଠକେଇ ଅଭିଯୋଗରେ ସେଭେନ୍‌ ହିଲ୍‌ସ ଇଷ୍ଟେଟ୍‌ ଲିମିଟେଡ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ୫ କୋଟିରୁ  ଅଧିକ ଟଙ୍କା ଠକେଇ ଅଭିଯୋଗରେ ସେଭେନ୍‌ ହିଲସ୍‌ ଇଷ୍ଟେଟ୍‌ ଲିମିଟେଡ୍‌ ଏମ୍‌ଡି ମୁକ୍ତାଶଙ୍କର ଶ୍ରୀନିବାସ ରାଓଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ପୁରୀ ବଳିଆପଣ୍ଡା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।