ସେକ୍ସ ରାକେଟରେ ସମ୍ପୃକ୍ତ ବିଦେଶୀ ମହିଳାଙ୍କୁ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କଲା ସିଡ୍ଲ୍ୟୁସି

ଭୁବନେଶ୍ୱର: ଭୁବନେଶ୍ୱର  ସେକ୍ସ ରାକେଟରେ  ସମ୍ପୃକ୍ତ ବିଦେଶିନୀଙ୍କୁ ଆଜି ରୁଚିକା ହେଲପଲାଇନ କର୍ତ୍ତୃପକ୍ଷ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଛନ୍ତି। ଆଜି କିର୍ଗିଜସ୍ତାନ ଦୂତାବାସର ଜଣେ ମହିଳା ଅଧିକାରୀ ଭୁବନେଶ୍ୱରରେ ପହଞ୍ଚି ଚନ୍ଦ୍ରଶେଖରପୁର ପୋଲିସ୍ ସହ ଆଲୋଚନା କରିଥିଲେ ଓ ପରେ ସିଡ୍ଲ୍ୟୁସିରେ ପହଞ୍ଚିଥିଲେ। ରୁଚିକା ହେଲପ ଲାଇନ କର୍ତ୍ତୃପକ୍ଷ ବିଦେଶିନୀଙ୍କୁ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଥିଲେ। ମାର୍ଚ୍ଚ ୨୩ ତାରିଖ ଦିନ ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବକଙ୍କ ସହ ଜଣେ ବିଦେଶିନୀ ଧରାପଡ଼ିଥିଲେ। […]

sex raket in bbsr

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 10:07 AM IST

ଭୁବନେଶ୍ୱର: ଭୁବନେଶ୍ୱର  ସେକ୍ସ ରାକେଟରେ  ସମ୍ପୃକ୍ତ ବିଦେଶିନୀଙ୍କୁ ଆଜି ରୁଚିକା ହେଲପଲାଇନ କର୍ତ୍ତୃପକ୍ଷ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଛନ୍ତି। ଆଜି କିର୍ଗିଜସ୍ତାନ ଦୂତାବାସର ଜଣେ ମହିଳା ଅଧିକାରୀ ଭୁବନେଶ୍ୱରରେ ପହଞ୍ଚି ଚନ୍ଦ୍ରଶେଖରପୁର ପୋଲିସ୍ ସହ ଆଲୋଚନା କରିଥିଲେ ଓ ପରେ ସିଡ୍ଲ୍ୟୁସିରେ ପହଞ୍ଚିଥିଲେ। ରୁଚିକା ହେଲପ ଲାଇନ କର୍ତ୍ତୃପକ୍ଷ ବିଦେଶିନୀଙ୍କୁ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଥିଲେ।

ମାର୍ଚ୍ଚ ୨୩ ତାରିଖ ଦିନ ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବକଙ୍କ ସହ ଜଣେ ବିଦେଶିନୀ ଧରାପଡ଼ିଥିଲେ। ତାଙ୍କ ଘର କିର୍ଗିଜସ୍ତାନ ବୋଲି ଜଣାପଡ଼ିଥିଲା। ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଏଇ ବିଦେଶିନୀ କଲଗାର୍ଲ କୋଲକାତାରୁ ଭୁବନେଶ୍ୱର ଆସିଥିବା ଜଣାପଡ଼ିଥିଲା। ଯୁବତୀ ଜଣଙ୍କ ପର୍ଯ୍ୟଟକ ଭିସାରେ ଗତ ଫେବୃୟାରୀ ମାସରୁ ଭାରତକୁ ଆସିଥିଲେ। ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ତାଙ୍କ ଭିସା ଅବଧି ଥିଲା।  ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ଧରା ଯାଇଥିଲା। ତା’ର ଗୋଟିଏ ଦିନ ପୂର୍ବରୁ ସେ ଓଡ଼ିଶା ଆସିଥିଲେ।

Related story