ସେକ୍ସ ରାକେଟ୍‌ ଘଟଣା: ରାଜଧାନୀରୁ ଧରାପଡ଼ିଥିବା ଯୁବତୀ କିର୍ଗିଜସ୍ତାନର

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ବିଦେଶୀ ଯୁବତୀଙ୍କ ଘର କିର୍ଗିଜସ୍ତାନରେ। ଏ ନେଇ ଜଣାପଡ଼ିବା ପରେ କମିଶନରେଟ୍‌ ପୋଲିସ ସମ୍ପୃକ୍ତ ଦେଶର ଦୂତାବାସ ସହ ଯୋଗାଯୋଗ କରୁଛି। ସେକ୍ସ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ସୁନୀଲ ମେହରକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଦେଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାସହ ଯୁବତୀ ଜଣଙ୍କ ଧରାପଡ଼ିଥିବା ଫ୍ଲାଟର ମାଲିକଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ଡିସିପି […]

russia-girl

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 11:02 AM IST

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ବିଦେଶୀ ଯୁବତୀଙ୍କ ଘର କିର୍ଗିଜସ୍ତାନରେ। ଏ ନେଇ ଜଣାପଡ଼ିବା ପରେ କମିଶନରେଟ୍‌ ପୋଲିସ ସମ୍ପୃକ୍ତ ଦେଶର ଦୂତାବାସ ସହ ଯୋଗାଯୋଗ କରୁଛି। ସେକ୍ସ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ସୁନୀଲ ମେହରକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଦେଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାସହ ଯୁବତୀ ଜଣଙ୍କ ଧରାପଡ଼ିଥିବା ଫ୍ଲାଟର ମାଲିକଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଡିସିପି ଭୋଇ କହିଛନ୍ତି, “ଯୁବତୀ ଜଣଙ୍କ ପର୍ଯ୍ୟଟକ ଭିସାରେ ଗତ ଫେବୃୟାରୀ ମାସରୁ ଭାରତକୁ ଆସିଛନ୍ତି। ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ତାଙ୍କ ଭିସା ଅବଧି ରହିଛି। ତାଙ୍କ ଦୂତାବାସକୁ ଖବର ଦିଆଯାଇଛି। ଗିରଫର ଗୋଟିଏ ଦିନ ପୂର୍ବରୁ ଯୁବତୀ ଜଣଙ୍କ ଓଡ଼ିଶା ଆସିଥିଲା। ସୁନୀଲ ମେହର ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ତଦନ୍ତ ଚାଲିଛି, ଆବଶ୍ୟକ ପଡ଼ିଲେ ପୋଲିସ ଟିମ୍‌ ରାଜ୍ୟ ବାହାରକୁ ଯିବ। ଯୁବତୀ ଜଣଙ୍କ ସହ ଗିରଫ ହୋଇଥିବା ଯୁବକ ସୋମେଶ ପଣ୍ଡାକୁ କୋର୍ଟ ଚାଲାଣ କରାଯାଇଛି। ରାକେଟ୍‌ରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଛି, ଶୀଘ୍ର ଏ ବିଷୟରେ ଜଣାପଡ଼ିବ।”

ବୁଧବାର ରାଜଧାନୀର ଏକ ଆପାର୍ଟମେଣ୍ଟରୁ କମିଶନରେଟ୍‌ ପୋଲିସ ଯୁବତୀ ଜଣଙ୍କୁ ଧରିଥିଲା। ମଧ୍ୟସ୍ଥି ମାଧ୍ୟମରେ କୋଲକାତାରେ ତାକୁ ସେକ୍ସ ରାକେଟ କାରବାରରେ ନିୟୋଜିତ କରାଯାଇଥିଲା। ପରେ ଆନ୍ତଃରାଜ୍ୟ ସେକ୍ସ ରାକେଟ୍‌ ମାଧ୍ୟମରେ ତାକୁ ଏଠାକୁ ଅଣାଯାଇଥିଲା।

Related story