ରିମାଣ୍ଡ ସରିବା ପରେ ଜେଲକୁ ଗଲେ ପୂର୍ବତନ ମେୟର ଶିବଶଙ୍କର

ବ୍ରହ୍ମପୁର: ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୋଲିସ୍ ଆଜି ତାଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରି ମଣ୍ଡଳ କାରାଗାରକୁ ପଠାଇ ଦେଇଛି। ଗତ ୭ ତାରିଖ ଦିନ ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଏହା ପରେ ବିଭିନ୍ନ ମାମଲାରେ ଅଧିକ ଜେରା ପାଇଁ ଗୋଳନ୍ତରା ଥାନା ପୋଲିସ ତାଙ୍କୁ […]

shibashankara-dash

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 04:27 PM IST

ବ୍ରହ୍ମପୁର: ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୋଲିସ୍ ଆଜି ତାଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରି ମଣ୍ଡଳ କାରାଗାରକୁ ପଠାଇ ଦେଇଛି।

ଗତ ୭ ତାରିଖ ଦିନ ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଏହା ପରେ ବିଭିନ୍ନ ମାମଲାରେ ଅଧିକ ଜେରା ପାଇଁ ଗୋଳନ୍ତରା ଥାନା ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା। ଗତକାଲି ପୋଲିସ ତାଙ୍କୁ ନେଇ ତାଙ୍କ ବ୍ରହ୍ମପୁର ବାସଭବନ ଉପରେ ଚଢ଼ାଉ କରିଥିଲା। ଜେରା ପରେ ଓ ବିଭିନ୍ନ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କ ନାଁରେ ହତ୍ୟା ଉଦ୍ୟମ, ଧମକ ଚମକ ଓ ଜମି ହଡ଼ପ ଭଳି ୬ଟି ନୂଆ ମାମଲା ରୁଜୁ କରାଯାଇଛି। ଗୋଳନ୍ଥରା ଥାନା,ଗୋଷାଣିନୂଆଗାଁ ଓ ବ୍ରହ୍ମପୁର ଟାଉନ ଥାନାରେ ଏହି ସବୁ ମାମଲାଗୁଡ଼ିକ ରୁଜୁ କରାଯାଇଛି ବୋଲି ବ୍ରହ୍ମପୁର ଏସପି ଆଶିଷ କୁମାର ସିଂହ କହିଛନ୍ତି।

ଏସ୍‌ପି କହିଛନ୍ତି,“ ନୂଆଗାଁରେ ଥିବା ତାଙ୍କର କ୍ରସର ପରିସରରୁ ଦୁଇଟି ପିସ୍ତଲ, ୪ଟି ବୋମା, ୪ଟି ଗୁଳି ଓ ୫ଟି ଗାଡ଼ି ଜବତ କରାଯାଇଛି।”

ଶିବଶଙ୍କର କହିଛନ୍ତି,“ମୋ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ତଥାପି ଜେରା ବେଳେ ମୁଁ ପୋଲିସକୁ ପୂର୍ଣ୍ଣ ସହଯୋଗ କରିଥିଲି। କୋର୍ଟ ଉପରେ ମୋର ଭରସା ଅଛି।”

Related story