ସପିଂମଲ୍‌ରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଆସିଷ୍ଟାଣ୍ଡ ଷ୍ଟୋର ମ୍ୟାନେଜର ଗିରଫ

ଭଦ୍ରକ: ଭଦ୍ରକ ବାଇପାସ୍‌ରେ ଥିବା ଏକ ସପିଂମଲ୍‌ରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଆସିଷ୍ଟାଣ୍ଡ ଷ୍ଟୋର ମ୍ୟାନେଜର ଆଲୋକ ସାହୁଙ୍କୁ ଆଜି ପୋଲିସ୍‌ ଗିରଫ କରିଛି। ସାବରଙ୍ଗ ଅଞ୍ଚଳର ଏହି ମହିଳା ଜଣକ ୨୦୧୫ ମସିହା ଅକ୍ଟୋବର ୨୦ ତାରିଖରୁ ଉକ୍ତ ସପିଂ ମଲରେ  ପିଆର ଭାବେ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ମଲ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଆଲୋକ ସାହୁ ଷ୍ଟୋର ରୁମରେ  ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ […]

bhadrak

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 08:05 PM IST

ଭଦ୍ରକ: ଭଦ୍ରକ ବାଇପାସ୍‌ରେ ଥିବା ଏକ ସପିଂମଲ୍‌ରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଆସିଷ୍ଟାଣ୍ଡ ଷ୍ଟୋର ମ୍ୟାନେଜର ଆଲୋକ ସାହୁଙ୍କୁ ଆଜି ପୋଲିସ୍‌ ଗିରଫ କରିଛି। ସାବରଙ୍ଗ ଅଞ୍ଚଳର ଏହି ମହିଳା ଜଣକ ୨୦୧୫ ମସିହା ଅକ୍ଟୋବର ୨୦ ତାରିଖରୁ ଉକ୍ତ ସପିଂ ମଲରେ  ପିଆର ଭାବେ କାର୍ଯ୍ୟ କରୁଥିଲେ।

ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ମଲ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଆଲୋକ ସାହୁ ଷ୍ଟୋର ରୁମରେ  ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ସେ କମ୍ପାନିର ରିଜିଓନାଲ ମ୍ୟାନେଜର ଆଲୋକ ପଣ୍ଡାଙ୍କୁ ଅବଗତ କରିଥିଲେ ହେଁ ସେ ମଧ୍ୟ ତାଙ୍କ ପ୍ରତି  ଅଶାଳୀନ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୨୦ତାରିଖରେ ଭଦ୍ରକ ଟାଉନଥାନାରେ ଏନେଇ ଅଭିଯୋଗ ପରେ ପୋଲିସ୍‌ ଆଜି ଆସିଷ୍ଟାଣ୍ଡ ଷ୍ଟୋର ମ୍ୟାନେଜର ଆଲୋକ ସାହୁଙ୍କୁ ଗିରଫ କରିଛି।

Related story