ଶିମିଳିପାଳରୁ ମଣିଷ କଙ୍କାଳ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍‌ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମଣିଷ କଙ୍କାଳ ଉଦ୍ଧାର କରିଛି। କଙ୍କାଳ ଉପରେ ସାର୍ଟ ଓ ପ୍ୟାଣ୍ଟ ଥିବାରୁ ଏହା ଜଣେ ପୁରୁଷର ବୋଲି ଅନୁମାନ କରାଯାଉଛି। ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ କାମ କରୁଥିବା ବେଳେ ଅନ୍ଧାରୀତୋଟା ନାଳରେ ମଣିଷ କଙ୍କାଳ ପଡ଼ିଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଖୁଣ୍ଟା ଥାନା ଆଇଆଇସି ରତିକାନ୍ତ ଗିରିଙ୍କ ନେତୃତ୍ୱରେ ଏକ ଟିମ୍‌ଜଙ୍ଗଲରେ ପହଞ୍ଚି […]

skeleton

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 06:25 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍‌ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମଣିଷ କଙ୍କାଳ ଉଦ୍ଧାର କରିଛି। କଙ୍କାଳ ଉପରେ ସାର୍ଟ ଓ ପ୍ୟାଣ୍ଟ ଥିବାରୁ ଏହା ଜଣେ ପୁରୁଷର ବୋଲି ଅନୁମାନ କରାଯାଉଛି।

ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ କାମ କରୁଥିବା ବେଳେ ଅନ୍ଧାରୀତୋଟା ନାଳରେ ମଣିଷ କଙ୍କାଳ ପଡ଼ିଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଖୁଣ୍ଟା ଥାନା ଆଇଆଇସି ରତିକାନ୍ତ ଗିରିଙ୍କ ନେତୃତ୍ୱରେ ଏକ ଟିମ୍‌ଜଙ୍ଗଲରେ ପହଞ୍ଚି କଙ୍କାଳ ଜବତ କରି କଟକ ଏଫ୍‌ଏମ୍‌ଟିକୁ ପରୀକ୍ଷା ପାଇଁ ପଠାଇଛନ୍ତି। ରିପୋର୍ଟ ଆସିଲେ ପ୍ରକୃତ ରହସ୍ୟ ଜଣାପଡ଼ିବ।

Related story