ଭୁବନେଶ୍ୱର: ସମ୍ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୨ ଜଣ ଟ୍ରଷ୍ଟି ଶାଶ୍ୱତୀ ଦାସ ଏବଂ ଆରତି ନାୟକଙ୍କୁ ଖଣ୍ଡଗିରି ପୋଲିସ୍ ପଚରାଉଚରା କରିଛି। ସୋଆ ଟ୍ରଷ୍ଟ କାର୍ଯ୍ୟାଳୟକୁ ପୋଲିସ ଯାଇ ଉଭୟଙ୍କୁ ପଚରାଉଚରା କରିଛି। ଶାଶ୍ୱତୀ ହେଉଛନ୍ତି ମନୋଜଙ୍କ ପତ୍ନୀ। ଆରତି ହେଉଛନ୍ତି ମନୋଜଙ୍କ ଭଉଣୀ।
ଘଟଣା ସମ୍ପର୍କରେ ପକ୍ଷ ରଖିବା ପାଇଁ କମିଶନରେଟ୍ ପୋଲିସ ଏହି ଦୁଇ ଟ୍ରଷ୍ଟିଙ୍କୁ ୩ ଥର ନୋଟିସ୍ କରିଥିଲା। ହେଲେ ଏମାନେ ପୋଲିସ ନିକଟରେ ହାଜର ହୋଇ ନ ଥିଲେ। ତେଣୁ ଗତକାଲି ପୋଲିସ ଟ୍ରଷ୍ଟ କାର୍ଯ୍ୟାଳୟକୁ ଯାଇ ସେମାନଙ୍କୁ ପଚରାଉଚରା କରିଥିଲା।
ଉଭୟ ଟ୍ରଷ୍ଟି କହିଛନ୍ତି,“ଆମେ ସିଧାସଳଖ ହସପିଟାଲ କାର୍ଯ୍ୟରେ ସଂପୃକ୍ତ ନ ଥିଲୁ। ୟୁଜିସି ଅନୁଯାୟୀ ହସପିଟାଲ ପରିଚାଳିତ ହେଉଛି। ହସପିଟାଲ ପରିଚାଳନା ପାଇଁ ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।