ସୁନ୍ଦରଗଡ: ଲାଞ୍ଜିବେର୍ଣ୍ଣା ଫାଣ୍ଡି ଅଧିକାରୀ ହତ୍ୟା ଘଟଣାରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣ୍ଣା ଫ।ଣ୍ଡି ଅଧିକାରୀ ନବୀନ ପଟେଲ୍ ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ହତ୍ୟା ଘଟଣାରେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି । ଗତ ୨୦୧୨ ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବଳଦେବ ମାଝି ନାମକ ଜଣେ ୱାରେଣ୍ଟିକୁ ଧରିବା ପାଇଁ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଡୁଡୁକାବାହାଲ୍ ଗାଁକୁ […]

sundargarh

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 03:54 AM IST

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣ୍ଣା ଫ।ଣ୍ଡି ଅଧିକାରୀ ନବୀନ ପଟେଲ୍ ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ହତ୍ୟା ଘଟଣାରେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି । ଗତ ୨୦୧୨ ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବଳଦେବ ମାଝି ନାମକ ଜଣେ ୱାରେଣ୍ଟିକୁ ଧରିବା ପାଇଁ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଡୁଡୁକାବାହାଲ୍ ଗାଁକୁ ୩ ସହଯୋଗୀଙ୍କ ସହ ତତ୍କାଳୀନ ଫ।ଣ୍ଡି ଅଧିକାରୀ ନବୀନ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ନବୀନଙ୍କ ମୃତଦେହକୁ ପୋଲିସ ଜିପରେ ରଖାଯାଇ ନାଳ ଭିତରକୁ ଠେଲି ଦିଆଯାଇଥିଲା ।

Related story