ସୁନ୍ଦରଗଡ ଫେରିଲେ ହରିୟାନାରେ ନିର୍ଯାତନାର ଶିକାର ନାବାଳିକା

ସୁନ୍ଦରଗଡ: ଘରକୁ ଫେରିଛନ୍ତି ହରିୟାଣାରେ ନିର୍ଯାତନା ଓ ଗଣଦୁଷ୍କର୍ମର ଶିକାର ହୋଇଥିବା ସୁନ୍ଦରଗଡ଼ କିଞ୍ଜିରକେଲା ଅଞ୍ଚଳର ନାବାଳିକା। ଘରେ ପହଞ୍ଚିବା ପରେ ଓଟିଭି ଆଗରେ ପୀଡ଼ିତା ବଖାଣିଥିଲେ ନିଜ ଲୋମଟାଙ୍କୁରା କାହାଣୀ। କିପରି ତାଙ୍କୁ ଦୁଇ ଦୁଇ ଥର ବିକ୍ରି କରାଗଲା। କିପରି ସେ ଗଣଦୁଷ୍କର୍ମର ଶିକାର ହେଲେ ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଏହି ୧୪ ବର୍ଷର ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ହରିୟାଣା ପଲୱାଲ୍ ପୋଲିସ୍ ଉଦ୍ଧାର କରିଥିଲା। ସୁନ୍ଦରଗଡ଼ ପୋଲିସ ସହାୟତାରେ ଘରକୁ […]

sundargarh

sundargarh

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:29 PM IST

ସୁନ୍ଦରଗଡ: ଘରକୁ ଫେରିଛନ୍ତି ହରିୟାଣାରେ ନିର୍ଯାତନା ଓ ଗଣଦୁଷ୍କର୍ମର ଶିକାର ହୋଇଥିବା ସୁନ୍ଦରଗଡ଼ କିଞ୍ଜିରକେଲା ଅଞ୍ଚଳର ନାବାଳିକା। ଘରେ ପହଞ୍ଚିବା ପରେ ଓଟିଭି ଆଗରେ ପୀଡ଼ିତା ବଖାଣିଥିଲେ ନିଜ ଲୋମଟାଙ୍କୁରା କାହାଣୀ। କିପରି ତାଙ୍କୁ ଦୁଇ ଦୁଇ ଥର ବିକ୍ରି କରାଗଲା। କିପରି ସେ ଗଣଦୁଷ୍କର୍ମର ଶିକାର ହେଲେ ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଏହି ୧୪ ବର୍ଷର ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ହରିୟାଣା ପଲୱାଲ୍ ପୋଲିସ୍ ଉଦ୍ଧାର କରିଥିଲା। ସୁନ୍ଦରଗଡ଼ ପୋଲିସ ସହାୟତାରେ ଘରକୁ ଫେରିବା ପରେ ସତେ ଯେମିତି ନୂଆ ଜୀବନ ପାଇଛନ୍ତି ସେ।

ଗତ ସେପ୍ଟେମ୍ୱର ୧୭ ତାରିଖରେ ଗାଁର ସୁରେଶ ନାମକ ଜଣେ ଯୁବକ ନାବାଳିକା ଜଣକୁ ଭୁଲାଇ ଉତ୍ତର ପ୍ରଦେଶର ମଥୁରା ନେଇଯାଇଥିଲା। ସେଠାରେ ସୁରେଶ ନାବାଳିକାକୁ ୫୦ ହଜାର ଟଙ୍କାରେ ଜଣେ ବୃଦ୍ଧଙ୍କୁ ବିକ୍ରି କରିଦେଇଥିଲା। ନାବାଳିକା ଜଣକ ବୃଦ୍ଧଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ନିର୍ଯାତନା ଦିଆଯିବା ସହ ଗଣଦୁଷ୍କର୍ମ କରାଯାଇଥିଲା। ପରେ ନାବାଳିକାକୁ ହରିୟାଣାର ପଲୱଲରେ ଅନ୍ୟ ଜଣକୁ ବିକ୍ରି କରି ଦିଆଯାଇଥିଲା। ସେଠାରେ ମଧ୍ୟ ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ପଲୱଲ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ସହ ୫ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos