ସୁନୀଲ ମେହେରକୁ ୫ ଦିନ ରିମାଣ୍ଡ ନେବାକୁ ଆବେଦନ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ସେକ୍ସ ରାକେଟର କିଙ୍ଗପିନ୍ ସୁନୀଲ ମେହେରକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି  ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି କମିଶନରେଟ୍ ପୋଲିସ୍। ସୁନୀଲକୁ ଜେରା ବେଳେ ଫୋକସରେ ରହିବ ସୁନୀଲର ନେଟୱର୍କ। ସୁନୀଲ ରାଜ୍ୟ ତଥା ରାଜ୍ୟ ବାହାରେ କେମିତି ନେଟ୍‌ୱର୍କ ଚଳାଇଥିଲା, ଆଉ କିଏ କିଏ ତା’ ଗ୍ୟାଙ୍ଗରେ ଥିଲେ ଓ ବିଦେଶିନୀଙ୍କୁ କେମିତି ଭୁବନେଶ୍ୱର ଆଣୁଥିଲା ଏ ନେଇ କମିଶନରେଟ୍ ପୋଲିସ୍ ତାକୁ ପଚରାଉଚରା କରିବ। ସୁନୀଲକୁ ପୋଲିସ୍ କୋଲକତାରୁ […]

sunil

Rakesh Mallick
  • Published: Friday, 22 April 2016
  • , Updated: 23 April 2016, 04:13 PM IST

ଭୁବନେଶ୍ୱର: ସେକ୍ସ ରାକେଟର କିଙ୍ଗପିନ୍ ସୁନୀଲ ମେହେରକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି  ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି କମିଶନରେଟ୍ ପୋଲିସ୍। ସୁନୀଲକୁ ଜେରା ବେଳେ ଫୋକସରେ ରହିବ ସୁନୀଲର ନେଟୱର୍କ। ସୁନୀଲ ରାଜ୍ୟ ତଥା ରାଜ୍ୟ ବାହାରେ କେମିତି ନେଟ୍‌ୱର୍କ ଚଳାଇଥିଲା, ଆଉ କିଏ କିଏ ତା’ ଗ୍ୟାଙ୍ଗରେ ଥିଲେ ଓ ବିଦେଶିନୀଙ୍କୁ କେମିତି ଭୁବନେଶ୍ୱର ଆଣୁଥିଲା ଏ ନେଇ କମିଶନରେଟ୍ ପୋଲିସ୍ ତାକୁ ପଚରାଉଚରା କରିବ।

ସୁନୀଲକୁ ପୋଲିସ୍ କୋଲକତାରୁ ଗିରଫ କରିଥିଲା। ଏକ ଘରୋଇ ବିମାନରେ ସେ ଅହମ୍ମଦାବାଦରୁ କୋଲକାତାରେ ପହଞ୍ଚିବା ପରେ ପୂର୍ବରୁ ସତର୍କ ଥିବା ପୋଲିସ ଟିମ୍‌ ଏୟାରପୋର୍ଟରୁ ତାକୁ ଗିରଫ କରିଥିଲେ। ସେଠାରୁ ତାକୁ ଭୁବନେଶ୍ୱରକୁ ଅଣାଯାଇଥିଲା। ତା’ନାଁରେ ୯ଟି ମାମଲା ରହିଛି। ତା’ମଧ୍ୟରୁ ୩ଟିରେ ସେ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ୍‌ ଚଳାଉଥିଲା ସୁନୀଲ।

ନିକଟରେ ଜଣେ ବିଦେଶିନୀଙ୍କୁ ଭୁବନେଶ୍ୱର ଆଣି ସେକ୍ସ ରାକେଟ୍ ଚଳାଇବା ପଛରେ ବି ସୁନୀଲର ହାତ ଥିବା ଅଭିଯୋଗ ହୋଇଥିଲା। ବିଦେଶିନୀଙ୍କ ଉଦ୍ଧାର ବେଳେ ଗିରଫ ସେକ୍ସ ରାକେଟ୍‌ର ଜଣେ ସଦସ୍ୟଙ୍କ ଠାରୁ ପୋଲିସ୍ ସୁନୀଲ ସମ୍ପର୍କରେ ସୂଚନା ପାଇଥିଲା।

Related story