ସୁନୀଲ ମେହର ସେକ୍ସ ରାକେଟ୍‌ରେ ଥିଲେ ୧୫୦ରୁ ଅଧିକ କଲଗାର୍ଲ

ଭୁବନେଶ୍ୱର: ଦେହ ଦଲାଲ ସୁନୀଲ ମେହରର ସେକ୍ସ ରାକେଟ ଥିଲା ବେଶ ଲମ୍ବା। ୧୫୦ରୁ ଅଧିକ କଲଗାର୍ଲ ତା’ ରାକେଟରେ କାମ କରୁଥିଲେ। ଏମାନଙ୍କୁ ସେ ରାଜ୍ୟ ତଥା ରାଜ୍ୟ ବାହାରେ ସେକ୍ସ କାରବାରରେ ଲଗାଉଥିଲା। ଜେରା ବେଳେ ଏମିତି କିଛି ତଥ୍ୟ କମିଶନରେଟ୍‌ ପୋଲିସ ପାଇଛି। ସୁନୀଲ ସେକ୍ସ ରାକେଟ୍‌ରେ ଥିବା ଝିଅମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ଛାତ୍ରୀ। ଓଡ଼ିଶା ଏସକର୍ଟ ସର୍ଭିସ ଭଳି ୱେବସାଇଟ ମାଧ୍ୟମରେ ସୁନୀଲ କାରବାର କରୁଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା […]

Sunil Meher 1

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 05:39 PM IST

ଭୁବନେଶ୍ୱର: ଦେହ ଦଲାଲ ସୁନୀଲ ମେହରର ସେକ୍ସ ରାକେଟ ଥିଲା ବେଶ ଲମ୍ବା। ୧୫୦ରୁ ଅଧିକ କଲଗାର୍ଲ ତା’ ରାକେଟରେ କାମ କରୁଥିଲେ। ଏମାନଙ୍କୁ ସେ ରାଜ୍ୟ ତଥା ରାଜ୍ୟ ବାହାରେ ସେକ୍ସ କାରବାରରେ ଲଗାଉଥିଲା। ଜେରା ବେଳେ ଏମିତି କିଛି ତଥ୍ୟ କମିଶନରେଟ୍‌ ପୋଲିସ ପାଇଛି।

ସୁନୀଲ ସେକ୍ସ ରାକେଟ୍‌ରେ ଥିବା ଝିଅମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ଛାତ୍ରୀ। ଓଡ଼ିଶା ଏସକର୍ଟ ସର୍ଭିସ ଭଳି ୱେବସାଇଟ ମାଧ୍ୟମରେ ସୁନୀଲ କାରବାର କରୁଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଗୋଆରେ ଥିଲା ତା’ର ନେଟୱର୍କ। ଡେଭିଡ ଓ ରାହୁଲ ନାମକ ଦୁଇଜଣ ବ୍ୟକ୍ତି ସୁନୀଲକୁ ଯୋଗାଉ ଥିଲେ ବିଦେଶୀ ଯୁବତୀ। ଏମାନଙ୍କ ଲିଙ୍କ୍‌ରେ ସୁନୀଲ ବିଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣୁଥିଲା। ପ୍ରତି ଯୁବତୀ ପିଛା ଏଜେଣ୍ଟମାନେ ନେଉଥିଲେ ୧୦ ହଜାରରୁ ୨୦ ହଜାର ଟଙ୍କା। ଡିଲ ଫାଇନାଲ ହେଲା ପରେ ଫ୍ଲାଇଟରେ ସେମାନଙ୍କୁ ପଠାଯାଉଥିଲା ବିଭିନ୍ନ ସ୍ଥାନକୁ।

ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଟଙ୍କାର କାରବାର କରୁଥିଲା ସୁନୀଲ। ସେ ବ୍ୟାଙ୍କ ଡିପୋଜିଟ୍‌ର ସନ୍ଧାନ କରୁଛି ପୋଲିସ। ସୁନୀଲର କେତେ ଆକାଉଣ୍ଟ ରହିଛି, ସେଥିରେ କେତେ ଟଙ୍କା ରହିଛି ତାହାର ମଧ୍ୟ ଖୋଳତାଡ଼ ଜାରି ରହିଛି। ଓଡ଼ିଶାରେ ମୋଟ ୪୦ ଜଣ ଏଜେଣ୍ଟ ଦେହ କାରବାର କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ସୁନୀଲର ଏଜେଣ୍ଟ ବୋଲି ଜଣାପଡିଛି।

Related story