ସୁରବାବା ବିବାଦ: ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ

ଗଞ୍ଜ।ମ: ଛତ୍ରପୁରଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଛାତ୍ରପୁର ଆଶ୍ରମରେ ପହଞ୍ଚି ତଦନ୍ତ କରୁଛନ୍ତି। କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଆର.ଏନ୍. ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଆଶ୍ରମରେ ପହଞ୍ଚି ତଦନ୍ତ କରୁଛି । ପୁଅ ଦେହ ଭଲ କରି ଦେବେ ବୋଲି କହି ଜମି ନିଆଯାଇ ଏହି ତ୍ରାହି ଅଚ୍ୟୁତ ଶାଖା ଆଶ୍ରମ ଖୋଲାଯାଇଥିଲା। ଶାଖା ଖୋଲିବାକୁ […]

sura

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 08:56 AM IST

ଗଞ୍ଜ।ମ: ଛତ୍ରପୁରଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଛାତ୍ରପୁର ଆଶ୍ରମରେ ପହଞ୍ଚି ତଦନ୍ତ କରୁଛନ୍ତି। କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଆର.ଏନ୍. ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଆଶ୍ରମରେ ପହଞ୍ଚି ତଦନ୍ତ କରୁଛି । ପୁଅ ଦେହ ଭଲ କରି ଦେବେ ବୋଲି କହି ଜମି ନିଆଯାଇ ଏହି ତ୍ରାହି ଅଚ୍ୟୁତ ଶାଖା ଆଶ୍ରମ ଖୋଲାଯାଇଥିଲା। ଶାଖା ଖୋଲିବାକୁ ଏକ ଏକର ଜମି ଠକେଇ କରି ନିଆଯାଇଥିବା ନେଇ ବ୍ରହ୍ମପୁରର ମୋଚିରାମ ସାହୁ ଥାନାରେ ଅଭିଯୋଗ କରିଥିଲେ । ଜମି ଆଶ୍ରମକୁ ଦେବାରେ ଗୌର ଚନ୍ଦ୍ର ସେନାପତି ମଧ୍ୟସ୍ଥତା କରିଥିବା ସେ ଅଭିଯୋଗରେ ଦର୍ଶାଇ ଥିଲେ । ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଟିମ୍ ମୋଚିରାମ ସାହୁ ଓ ଛତ୍ରପୁରର ଗୌରଚନ୍ଦ୍ର ସେନାପତିଙ୍କୁ ଜେରା କରିଥିଲେ। ତେବେ ବିକ୍ରି ବାବଦରେ ମୋଚିରାମ ତାଙ୍କ ପ୍ରାପ୍ୟ ପାଇଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଟିମ୍ ପକ୍ଷରୁ ବୁଧବାର ବି ଜେରା ଚାଲିଛି ।

Related story