ଭୁବନେଶ୍ୱର: ବିଦେଶରେ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ଗଞ୍ଜାମ, ନୟାଗଡ଼,ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାର ଶତାଧିକ ଯୁବକ ଶିକାର ହୋଇଛନ୍ତି। ପୁରୀ ଗୁଣ୍ଡିଚାବିହାର ଠାରେ ଥିବା ଏସ୍ସିଟି ଟ୍ରାଭେଲ ଟୁ ମ୍ୟାନ ପାୱର କନସଲଟାନ୍ସି କାର୍ଯ୍ୟାଳୟ ଜରିଆରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସଂସ୍ଥାର ମାଲିକ ନୃସିଂହ ମହାରଣା ବୋଲି ଜଣାପଡ଼ିଛି।
ଦୁବାଇ, ସିଙ୍ଗାପୁର ଆଦିରେ ଚାକିରି କରାଇଦେବାକୁ କହି ଭିସା କରାଇଦେବା ଓ ଅନ୍ୟାନ୍ୟ ପରୀକ୍ଷା ବାହାନାରେ ପଇସା ଠକି ନେଇଥିବା ଅଭିଯୋଗକାରୀମାନେ ପୁରୀ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିନା ରସିଦରେ ଯୁବକମାନଙ୍କୁ ଠାରୁ ଏସବୁ ଟଙ୍କା ଆଦାୟ କରାଯାଇଛି। ଅଭିଯୋଗ ପରେ କୁମ୍ଭାରପଡ଼ା ଥାନା ପୋଲିସ୍ କାର୍ଯ୍ୟାଳୟକୁ ସିଲ୍ କରିଛି। ଏହା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।