ବିଦେଶରେ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର: ବିଦେଶରେ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ଗଞ୍ଜାମ, ନୟାଗଡ଼,ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାର ଶତାଧିକ ଯୁବକ ଶିକାର ହୋଇଛନ୍ତି। ପୁରୀ ଗୁଣ୍ଡିଚାବିହାର ଠାରେ ଥିବା ଏସ୍‌ସିଟି ଟ୍ରାଭେଲ ଟୁ ମ୍ୟାନ ପାୱର କନସଲଟାନ୍ସି କାର୍ଯ୍ୟାଳୟ ଜରିଆରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସଂସ୍ଥାର ମାଲିକ ନୃସିଂହ ମହାରଣା ବୋଲି ଜଣାପଡ଼ିଛି। ଦୁବାଇ, ସିଙ୍ଗାପୁର ଆଦିରେ ଚାକିରି କରାଇଦେବାକୁ କହି ଭିସା […]

chitfund

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 09:06 AM IST

ଭୁବନେଶ୍ୱର: ବିଦେଶରେ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ଗଞ୍ଜାମ, ନୟାଗଡ଼,ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାର ଶତାଧିକ ଯୁବକ ଶିକାର ହୋଇଛନ୍ତି। ପୁରୀ ଗୁଣ୍ଡିଚାବିହାର ଠାରେ ଥିବା ଏସ୍‌ସିଟି ଟ୍ରାଭେଲ ଟୁ ମ୍ୟାନ ପାୱର କନସଲଟାନ୍ସି କାର୍ଯ୍ୟାଳୟ ଜରିଆରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସଂସ୍ଥାର ମାଲିକ ନୃସିଂହ ମହାରଣା ବୋଲି ଜଣାପଡ଼ିଛି।

ଦୁବାଇ, ସିଙ୍ଗାପୁର ଆଦିରେ ଚାକିରି କରାଇଦେବାକୁ କହି ଭିସା କରାଇଦେବା ଓ ଅନ୍ୟାନ୍ୟ ପରୀକ୍ଷା ବାହାନାରେ ପଇସା ଠକି ନେଇଥିବା ଅଭିଯୋଗକାରୀମାନେ ପୁରୀ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ବିନା ରସିଦରେ ଯୁବକମାନଙ୍କୁ ଠାରୁ ଏସବୁ ଟଙ୍କା ଆଦାୟ କରାଯାଇଛି। ଅଭିଯୋଗ ପରେ କୁମ୍ଭାରପଡ଼ା ଥାନା ପୋଲିସ୍‌ କାର୍ଯ୍ୟାଳୟକୁ ସିଲ୍‌ କରିଛି। ଏହା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଛି।

Related story