କଟକ: ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ଚୁଙ୍ଗା ଗିରଫ

କଟକ: ଟିଟୋ ଗ୍ୟାଙ୍ଗର ସଦସ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ସାହୁ ଓରଫ ଚୁଙ୍ଗାକୁ କମିଶନରେଟ ପୋଲିସ ବିଡ଼ାନାସୀରୁ ଗିରଫ କରିଛି। ତା’ ପାଖରୁ ଗୋଟିଏ ମାଉଜର ଓ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଚୁଙ୍ଗାର ଘର ଜୋବ୍ରା ଅଞ୍ଚଳରେ। ଚୁଙ୍ଗା ନାମରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଡିସିପି ସଞ୍ଜୀବ ଆରୋରା କହିଛନ୍ତି। ଦୀର୍ଘଦିନ ହେବ ଫେରାର ଥିବା ଚୁଙ୍ଗା ବୁଧବାର ରାତିରେ ବିଡାନାସୀ ଅଞ୍ଚଳର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଘର […]

chunga

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 11:01 AM IST

କଟକ: ଟିଟୋ ଗ୍ୟାଙ୍ଗର ସଦସ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ସାହୁ ଓରଫ ଚୁଙ୍ଗାକୁ କମିଶନରେଟ ପୋଲିସ ବିଡ଼ାନାସୀରୁ ଗିରଫ କରିଛି। ତା’ ପାଖରୁ ଗୋଟିଏ ମାଉଜର ଓ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଚୁଙ୍ଗାର ଘର ଜୋବ୍ରା ଅଞ୍ଚଳରେ। ଚୁଙ୍ଗା ନାମରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଡିସିପି ସଞ୍ଜୀବ ଆରୋରା କହିଛନ୍ତି।

ଦୀର୍ଘଦିନ ହେବ ଫେରାର ଥିବା ଚୁଙ୍ଗା ବୁଧବାର ରାତିରେ ବିଡାନାସୀ ଅଞ୍ଚଳର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଘର ନିକଟରେ ବୁଲୁ ଥିବା ପୋଲିସ ସୂଚନା ପାଇଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଡି’ ଲିଙ୍କ୍‌ ମାମଲାରେ ରଞ୍ଜିତା ପୋଲିସ ଜେରାର ସମ୍ମୁଖୀନ ହେଉଛନ୍ତି। ଟିଟୋ ଓ ଧଳସାମନ୍ତ ପରସ୍ପର ବିରୋଧୀ ହୋଇଥିବା ବେଳେ ଚୁଙ୍ଗା ରଞ୍ଜିତାଙ୍କ ଘର ପାଖରୁ ଗିରଫ ହେବା ପୋଲିସର ଚିନ୍ତା ବଢାଇ ଦେଇଛି।

Related story