କଟକ: ଟ୍ରାନ୍ସପୋର୍ଟ କମ୍ପାନିରୁ ଚୋରି ଅଭିଯୋଗରେ ୩ ଗିରଫ, ୨୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ: କଟକ ଛତ୍ରବଜାର ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ କମ୍ପାନିରୁ ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। ମୁଖ୍ୟ ଅଭିଯୁକ୍ତ ଫିରୋଜ ଖାନକୁ ସମ୍ବଲପୁରରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୨ ଲକ୍ଷ ଟଙ୍କାର ସାମଗ୍ରୀ ସହିତ ଚୋରିରେ ବ୍ୟବହୃତ ଟ୍ରକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି। ଗତ ଜୁନ ୪ ତାରିଖରେ ଏହି ଟ୍ରାନ୍ସପୋର୍ଟ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ସମୁଦାୟ […]

Transportarrest

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 11:27 AM IST

କଟକ: କଟକ ଛତ୍ରବଜାର ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ କମ୍ପାନିରୁ ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। ମୁଖ୍ୟ ଅଭିଯୁକ୍ତ ଫିରୋଜ ଖାନକୁ ସମ୍ବଲପୁରରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୨ ଲକ୍ଷ ଟଙ୍କାର ସାମଗ୍ରୀ ସହିତ ଚୋରିରେ ବ୍ୟବହୃତ ଟ୍ରକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି।

ଗତ ଜୁନ ୪ ତାରିଖରେ ଏହି ଟ୍ରାନ୍ସପୋର୍ଟ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ସମୁଦାୟ ଚୋରି ସାମଗ୍ରୀର ମୂଲ୍ୟ ୫୩ ଲକ୍ଷ ଟଙ୍କା ବୋଲି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ଅନୁସନ୍ଧାନ କରି ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଫିରୋଜ ସମେତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Related story