ଦୁଇ ମାସର ଶିଶୁ କନ୍ୟାକୁ କଚାଡି ହତ୍ୟା କଲା ବାପା

ଭୁବନେଶ୍ୱର: ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ପଦନପଦା ଗାଁରେ  ଏକ ଦୁଇ ମାସର ଶିଶୁ କନ୍ୟାକୁ ତାଙ୍କ ବାପା କଚାଡି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୋଇ କଳହ ଯୋଗୁଁ  ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଏନେଇ ବାଲିପାଟଣା  ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଅଭିଯୁକ୍ତ ବିଶ୍ୱ ପ୍ରକାଶକୁ ଗିରଫ କରିବା ସହ ଶବ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବିଶ୍ୱ ପ୍ରକାଶଙ୍କ ବାପା  ଗଗନ ଭୋଇ କହିଛନ୍ତି, “ବିଶ୍ୱ ମୋ ନାତୁଣିକୁ ହତ୍ୟା କରିଛି।  ବୋହୂର ଚରିତ୍ରକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହୋଇଥାଏ।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ଦୁଇ ମାସର ଶିଶୁ କନ୍ୟାକୁ   ତା’ର ବାପା ହତ୍ୟା କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି।  କେଉଁ ପରିସ୍ଥତିରେ ଏପରି  ଘଟିଲା ତଦନ୍ତ କରାଯାଉଛି।”