ଉଦଳା: ଗଳାକାଟି ହତ୍ୟା ଉଦ୍ୟମ, ଯୁବକ ଗୁରୁତର

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜୟନ୍ତୀପଟ୍ଟା ଗାଁରେ ଗତକାଲି ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କ ଗଳାକାଟି ଦେଇଛନ୍ତି। ତାଙ୍କ ନାଁ ସୁରେନ୍ଦ୍ର ବିନ୍ଧାଣୀ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ […]

hotya

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 10:37 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜୟନ୍ତୀପଟ୍ଟା ଗାଁରେ ଗତକାଲି ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କ ଗଳାକାଟି ଦେଇଛନ୍ତି। ତାଙ୍କ ନାଁ ସୁରେନ୍ଦ୍ର ବିନ୍ଧାଣୀ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ବିଳମ୍ୱିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। କେଉଁ କାରଣରୁ ସୁରେନ୍ଦ୍ରଙ୍କ ଉପରକୁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

 

 

Related story