ଉଦଳା: କିରୋସିନି ଢାଳି ପତ୍ନୀଙ୍କୁ ପୋଡି ଦେଲେ ସ୍ୱାମୀ

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପେଡାଗାଡି ଗାଁରେ ଗତକାଲି ଏକ ବିଭତ୍ସ କାଣ୍ଡ ଘଟିଛି। ମଦ ପିଇବା ଲାଗି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ସାଢେ ୧୧ଟାରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପେଡାଗାଡି ଗାଁର […]

udala

udala

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 03:11 AM IST

Sports

Latest News

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପେଡାଗାଡି ଗାଁରେ ଗତକାଲି ଏକ ବିଭତ୍ସ କାଣ୍ଡ ଘଟିଛି। ମଦ ପିଇବା ଲାଗି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ସାଢେ ୧୧ଟାରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ପେଡାଗାଡି ଗାଁର ଶ୍ରୀକାନ୍ତ ନାମକ ଜଣେ ଯୁବକ ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ମଦ ପିଇବା ଲାଗି ଘରେ ଥିବା ଚାଉଳ ବିକ୍ରି କରିବାକୁ ନେଉଥିଲେ । ଏହା ଦେଖି ପତ୍ନୀ ରଶ୍ମିତା ତାଙ୍କୁ ବିରୋଧ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀକାନ୍ତ ଘରେ ଥିବା କିରୋସିନି ରଶ୍ମିତାଙ୍କ ଉପରେ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ପାଖ ପଡୋଶୀ ଏହା ଜାଣିବା ପରେ ରଶ୍ମିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ରଶ୍ମିତାଙ୍କ ଏକ ୩ ମାସର ପିଲା ରହିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos