ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଆଜି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ମନମତୀ ଭତ୍ରା। ଆଜି ସକାଳେ ସେ ନିଜ ପୁଅକୁ ଜଣେ ସମ୍ପକୀୟଙ୍କୁ ଦେଇ ବାହାରକୁ ଯାଇଥିଲେ। କିଛି ସମୟ ପରେ ଡାକ୍ତରଖାନା ନିକଟ ଏକ ଶାଗୁଆନ୍‌ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ମନମତୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଗତ ୨୪ ତାରିଖରେ ସେ ପୁଷ୍ଟିହୀନତାର ଶିକାର ହୋଇଥିବା ନିଜ ଶିଶୁ ପୁତ୍ରକୁ […]

death

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 02:11 PM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଆଜି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ମନମତୀ ଭତ୍ରା। ଆଜି ସକାଳେ ସେ ନିଜ ପୁଅକୁ ଜଣେ ସମ୍ପକୀୟଙ୍କୁ ଦେଇ ବାହାରକୁ ଯାଇଥିଲେ। କିଛି ସମୟ ପରେ ଡାକ୍ତରଖାନା ନିକଟ ଏକ ଶାଗୁଆନ୍‌ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ମନମତୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ଗତ ୨୪ ତାରିଖରେ ସେ ପୁଷ୍ଟିହୀନତାର ଶିକାର ହୋଇଥିବା ନିଜ ଶିଶୁ ପୁତ୍ରକୁ ଉମରକୋଟ ଡାକ୍ତରଖାନା ସ୍ଥିତ ପୁନର୍ବାସ  କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଉମରକୋଟ ଥାନା ଆଇଆଇସି ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି,“ ଗତ ରବିବାରଠାରୁ ବଡ଼ଗାଁ ମନମତୀ ଭତ୍ରା ତାଙ୍କ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନା ନିକଟରେ ଥିବା ଶାଳଗଛରେ ମନମତୀ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ୍‌ ୩୯/୧୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story