ଆଇପିଏଲ୍ ପାଇଁ ବେଟିଂ ଅଭିଯୋଗ: ଉମରକୋଟରୁ ଦୁଇ ବୁକି ଗିରଫ, ୧୮ ଲକ୍ଷ ଟଙ୍କା ଜବତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରୋଡ୍‌ରେ ଥିବା ଏକ ଆଡ୍ଡା ଉପରେ ଗତକାଲି ରାତିରେ ପୋଲିସ୍ ଚଢ଼ାଉ କରି ଆଇପିଏଲ୍‌ ପାଇଁ ବେଟିଂ କରୁଥିବା ଦୁଇ ଜଣ ବୁକିକୁ ଗିରଫ କରିଛି। ଗିରଫ ଦୁଇ ବୁକିଙ୍କ ନାଁ ହେଉଛି ରମିଜ୍‌ ହିଙ୍ଗୋରା ଓ ଶ୍ରୀନିବାସ ରାଓ। ସଂପୃକ୍ତ ବୁକିଙ୍କ ଠାରୁ ପୋଲିସ୍ ୧୮ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍, ୫ଟି ମୋବାଇଲ, ଟିଭି, ଡାଏରୀ ଓ କାଲ୍‌କୁଟେର୍ ଆଦି ଜବତ କରିଛି ଏହି ରାକେଟ୍‌ରେ […]

giraf

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 03:56 AM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରୋଡ୍‌ରେ ଥିବା ଏକ ଆଡ୍ଡା ଉପରେ ଗତକାଲି ରାତିରେ ପୋଲିସ୍ ଚଢ଼ାଉ କରି ଆଇପିଏଲ୍‌ ପାଇଁ ବେଟିଂ କରୁଥିବା ଦୁଇ ଜଣ ବୁକିକୁ ଗିରଫ କରିଛି। ଗିରଫ ଦୁଇ ବୁକିଙ୍କ ନାଁ ହେଉଛି ରମିଜ୍‌ ହିଙ୍ଗୋରା ଓ ଶ୍ରୀନିବାସ ରାଓ। ସଂପୃକ୍ତ ବୁକିଙ୍କ ଠାରୁ ପୋଲିସ୍ ୧୮ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍, ୫ଟି ମୋବାଇଲ, ଟିଭି, ଡାଏରୀ ଓ କାଲ୍‌କୁଟେର୍ ଆଦି ଜବତ କରିଛି ଏହି ରାକେଟ୍‌ରେ ଅଧିକ ଲୋକ ଥିବା ସନ୍ଦେହ କରି ପୋଲିସ୍‌ ଉଭୟଙ୍କୁ ପଚରାଉଚରା କରୁଛି।।

ଗତକାଲି ରାତିରେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ-ରାଇଘର ରୋଡ୍‌ରେ ଥିବା ବୁକ୍‌ ରମିଜ୍‌ ହିଙ୍ଗୋରାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ହିଙ୍ଗୋରା ଏବଂ ତା’ର ଜଣେ ସହଯୋଗୀ ଶ୍ରୀନିବାସ ରାଓ ବେଟିଂରେ  ଲିପ୍ତ ଥିବା ଦେଖି  ପୋଲିସ୍‌ ଉଭୟଙ୍କୁ ଗିରଫ କରିଥିଲା।

Related story