ଉପାସନାଙ୍କ କାଷ୍ଟିଂ କାଉଚ ଅଭିଯୋଗ: ବିଧିବଦ୍ଧ ମାମଲା ରୁଜୁ କଲା ଲକ୍ଷ୍ମୀସାଗର ପୋଲିସ୍

ଭୁବନେଶ୍ୱର: ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ଗତକାଲି ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ଅଭିଯୋଗ ଆଣି ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଛି। ପୂର୍ବରୁ ଉପାସନାଙ୍କ ବିରୁଦ୍ଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ରାଜେଶ। ଉପାସନା ଗତକାଲି କହିଥିଲେ,“ଇଣ୍ଡଷ୍ଟ୍ରିକୁ ଅନ୍ୟମାନଙ୍କ ପରି ମୁଁ ମଧ୍ୟ କିଛି ଆଶା ନେଇ ଆସିଥିଲି। ସେଥିପାଇଁ ମୁଁ ଚୁପ ହୋଇ ରହିଥିଲି। ସାଉଥ୍‌ର କ୍ର୍ୟୁ ମେମ୍ବରମାନେ ମଧ୍ୟ ମୋତେ ଚୁପ ରହିବାକୁ […]

upasana

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 01:14 PM IST

ଭୁବନେଶ୍ୱର: ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ଗତକାଲି ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ଅଭିଯୋଗ ଆଣି ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଛି।

ପୂର୍ବରୁ ଉପାସନାଙ୍କ ବିରୁଦ୍ଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ରାଜେଶ।

ଉପାସନା ଗତକାଲି କହିଥିଲେ,“ଇଣ୍ଡଷ୍ଟ୍ରିକୁ ଅନ୍ୟମାନଙ୍କ ପରି ମୁଁ ମଧ୍ୟ କିଛି ଆଶା ନେଇ ଆସିଥିଲି। ସେଥିପାଇଁ ମୁଁ ଚୁପ ହୋଇ ରହିଥିଲି। ସାଉଥ୍‌ର କ୍ର୍ୟୁ ମେମ୍ବରମାନେ ମଧ୍ୟ ମୋତେ ଚୁପ ରହିବାକୁ କହିଥିଲେ। ତାଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିବି ବୋଲି ମୁଁ ଧମକ ଦେଇଥିବା ସେ ଏତଲା ଦେବା ପରେ ସତ କ’ଣ ସମସ୍ତେ ଜାଣନ୍ତୁ ବୋଲି ଚିନ୍ତା କଲି ଓ ଏ ନେଇ ଥାନାରେ ଅଭିଯୋଗ କଲି।”

ସେ କହିଥିଲେ,“ଚାଟିଂରେ ସେ ମୋତେ ପରିବାର ଲୋକଙ୍କୁ ସାଙ୍ଗରେ ନ ଆଣିବାକୁ କହିଥିଲେ। କାହା ପାଖକୁ ଏକା ଯିବାକୁ, କାହା ସହ କଥା ହେବାକୁ ମନା କରିଥିଲେ। ଏପରିକି ସେ ମୋତେ ବାହା ହେବାକୁ ପ୍ରସ୍ତାବ ରଖିଥିଲେ, ମୁଁ ମନା କରିଥିଲି।”

ସେ ଆହୁରି କହିଥିଲେ,“ମୋତେ ପଟେଇ ଦେବାକୁ ରାଜେଶ ଅନ୍ୟ କ୍ର୍ୟୁ ମେମ୍ବରଙ୍କୁ କହିଥିଲେ। ଯଦି ମୁଁ ରାଜି ନ ହୁଏ ସେ ମୋତେ ଗୁଣି କରି ନେଇ ଯିବେ ବୋଲି ମଧ୍ୟ ଅନ୍ୟମାନଙ୍କୁ କହିଛନ୍ତି। ସୁଟିଂ ବେଳେ ଅନ୍ୟ ସଦସ୍ୟଙ୍କ ପାଖକୁ ଯାଇ କାନ୍ଦିବା ସହ ମୋ ସହ ତାଙ୍କର ପ୍ରେମ କରାଇ ଦେବାକୁ କହିଛନ୍ତି। ମୋ ଛଡା କାହା ସହ କଥା ହୋଇ ପାରିବୁ ନାହିଁ ବୋଲି କହି ସେଟ୍‌ ଉପରେ ସେ ମୋ ହାତ ଟାଣିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଗାଳି ଦେଇଥିଲି। ଏହି ଘଟଣାକୁ ନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉକ୍ତ ଦିନ ସୁଟିଂ ବନ୍ଦ ରହିଥିଲା। ପ୍ରୋଜେକ୍ଟ ଶେଷ କରିବା ପାଇଁ ମୁଁ ଚୁପ ରହିଥିଲି।”

ଅନ୍ୟପକ୍ଷରେ ଉପାସନାଙ୍କ କାଷ୍ଟିଂ କାଉଚ ଅଭିଯୋଗ ଉପରେ ରାଜେଶ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଏତେଦିନ ହେଲା ଉପାସନା କାହିଁକି ଅଭିଯୋଗ କରୁ ନ ଥିଲେ? ତାଙ୍କ ସହ ମୋର ଭାବଗତ ସମ୍ପର୍କ ରହିଛି, ଏଥିରେ କାଷ୍ଟିଂ କାଉଚ କଥା ଉଠୁଛି କେଉଁଠୁ?”

ପୂର୍ବରୁ ରାଜେଶ ଉପାସନାଙ୍କ ବିରୁଦ୍ଧରେ ଫିଲ୍ମ ନିର୍ମାଣ ନାଁରେ ୨୧ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଥିଲେ।

୨୦୧୫ ସେପ୍ଟେମ୍ବର ୯ରେ ଉପାସନା ରାଜ୍ୟ ବାହାରର ପ୍ରଯୋଜକ ବବଲି କିରନ୍‌ଙ୍କ ସହ ଦ୍ୱି-ଭାଷୀ ଫିଲ୍ମ ‘ଗୁଡିଆ ରାଣି’ ନିର୍ମାଣ କରିବାକୁ ଚୁକ୍ତି କରିଥିଲେ। ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ପ୍ରଣୟ ଜେଠୀ ଏଥିରେ ମଧ୍ୟସ୍ଥତା କରିଥିଲେ। ନିର୍ଦ୍ଧାରିତ ସମୟରେ ଫିଲ୍ମ ତିଆରି ନ ହେବାରୁ ଉପାସନା ନେଇଥିବା ଅର୍ଥ ଫେରାଇ ଦେବାକୁ ରାଜେଶ କହିଥିଲେ। ଟଙ୍କା ଦେବା ବଦଳରେ ଉପାସନା ତାଙ୍କୁ କାଷ୍ଟିଂ କାଉଚ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିବା ରାଜେଶ ଅଭିଯୋଗ କରିଥିଲେ।

ସେତେବେଳେ ରାଜେଶଙ୍କ ଏପରି ଅଭିଯୋଗକୁ ଉପାସନା, ସମ୍ବିତ ଏବଂ ବବଲି ଖଣ୍ଡନ କରିଥିଲେ। ଏବେ ଉପାସନା ରାଜେଶଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପରେ ଘଟଣା ନୂଆ ମୋଡ଼ ନେଇଛି।

Related story