ସୋନପୁର: ତରଭା ସେବା ସମବାୟ ସମିତି ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୋନପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ତରଭା ସେବା ସମବାୟ ସମିତି ସୁପରଭାଇଜର ଉପେନ୍ଦ୍ର ମେହେରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।  ଆଜି ସକାଳେ ଉପେନ୍ଦ୍ରଙ୍କ ତରଭାର ୨ଟି ଘର ଓ ସମ୍ବଲପୁରର ଗୋଟିଏ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ମେହେର ପୁର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଶିବତୁଲା, ପୁଆ ଓ ଦେଉଳପଦର ସେବା ସମବାୟ ସମିତିର […]

s

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 07:40 AM IST

ସୋନପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ତରଭା ସେବା ସମବାୟ ସମିତି ସୁପରଭାଇଜର ଉପେନ୍ଦ୍ର ମେହେରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।  ଆଜି ସକାଳେ ଉପେନ୍ଦ୍ରଙ୍କ ତରଭାର ୨ଟି ଘର ଓ ସମ୍ବଲପୁରର ଗୋଟିଏ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି।

ମେହେର ପୁର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଶିବତୁଲା, ପୁଆ ଓ ଦେଉଳପଦର ସେବା ସମବାୟ ସମିତିର ସମ୍ପାଦକ ତଥା ସୁପରଭାଇଜର ଥିଲେ। ତାଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ହେଉଥିବାରୁ ତାଙ୍କୁ ସେଇଠୁ ଅପସାରଣ କରି ନିଆଯାଇଥିଲା। ବର୍ତ୍ତମାନ ସେ ବଲାଙ୍ଗିର ଜିଲ୍ଲା ବାରପୁରୁଗିଆ ସେବା ସମବାୟ ସମିତିର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

Related story