କଟକ ରୁରାଲ୍ ୱାର୍କସ୍ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ରୁରାଲ୍ ୱାର୍କସ୍ ନିର୍ବାହୀ ଯନ୍ତ୍ରୀ ସୁବୋଧ ରଞ୍ଜନ ରାଉତରାଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୁବୋଧଙ୍କ ମହାନଦୀ ବିହାରଠାରେ ଥିବା ବାସଭବନ, ଅଫିସ୍ ଓ ଶ୍ୱଶୁର ଘର ସମେତ ଭୁବନେଶ୍ୱରର ନିଳାଦ୍ରୀବିହାରଠାରେ ଥିବା ନିଜ ଘରେ ଏକ ସମୟରେ  ଚଢ଼ାଉ  କରାଯାଇଛି। କଟକ ଭିଜିଲାନ୍ସ ଡିଭିଜନ୍ ଏସପି ଅମୂଲ୍ୟ କୁମାର ଦାସ କହିଛନ୍ତି, “ଚଢ଼ାଉ ବେଳେ ମହାନଦୀ ବିହାରଠାରେ ଥିବା ସୁବୋଧଙ୍କ ବାସଭବନରୁ କିଛି ସୁନାଗହଣା […]

cuttack

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 07:26 AM IST

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ରୁରାଲ୍ ୱାର୍କସ୍ ନିର୍ବାହୀ ଯନ୍ତ୍ରୀ ସୁବୋଧ ରଞ୍ଜନ ରାଉତରାଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୁବୋଧଙ୍କ ମହାନଦୀ ବିହାରଠାରେ ଥିବା ବାସଭବନ, ଅଫିସ୍ ଓ ଶ୍ୱଶୁର ଘର ସମେତ ଭୁବନେଶ୍ୱରର ନିଳାଦ୍ରୀବିହାରଠାରେ ଥିବା ନିଜ ଘରେ ଏକ ସମୟରେ  ଚଢ଼ାଉ  କରାଯାଇଛି।

କଟକ ଭିଜିଲାନ୍ସ ଡିଭିଜନ୍ ଏସପି ଅମୂଲ୍ୟ କୁମାର ଦାସ କହିଛନ୍ତି, “ଚଢ଼ାଉ ବେଳେ ମହାନଦୀ ବିହାରଠାରେ ଥିବା ସୁବୋଧଙ୍କ ବାସଭବନରୁ କିଛି ସୁନାଗହଣା ଓ ବ୍ୟାଙ୍କ୍ ‌ଆକାଉଣ୍ଟ, ବିଭିନ୍ନ ବ୍ୟାଙ୍କ ଥିବା ଲକର୍ ସମ୍ପର୍କରେ ସୂଚନା ମିଳିଛି। ତାଙ୍କ ପୁଅଙ୍କ ନାମରେ ବାଙ୍ଗାଲୋରଠାରେ ଫ୍ଲାଟ୍ ଓ ଗାଡ଼ି ଥିବା ଜଣାପଡ଼ିଛି।  ବିଭିନ୍ନ ବ୍ୟାଙ୍କରେ ଥିବା ଲକର ଖୋଲା ଯାଇ ନାହିଁ। ଲକର ଖୋଲିଲେ ଅଧିକ ତଥ୍ୟ ଜଣାପଡ଼ିବ।”

ଅମୂଲ୍ୟ କୁମାର ଦାସଙ୍କ ନେତୃତ୍ୱରେ ଭିଜିଲାନ୍ସର  ୯ ଗୋଟି ଟିମ୍ ଚଢ଼ାଉ କରିଛନ୍ତି।

Related story