ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଏମ୍‌ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମ୍‌ସି)ର ଇଲେକ୍‌ଟ୍ରିକାଲ୍‌ ଜମାଦାର ଗୋଲକ ପ୍ରଧାନଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ କରିଛି। ସୁନ୍ଦରପଦାରେ ଥିବା ତାଙ୍କ ଘର, କଲ୍ୟାଣ ମଣ୍ଡପ, ବଙ୍ଗମୁଣ୍ଡାରେ ଥିବା ସପିଙ୍ଗ୍ କଂପ୍ଲେକ୍ସ ଓ ଏରୋବଙ୍ଗରେ ଥିବା ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢାଉ ବେଳେ ନଗଦ ୨,୦୦,୦୦୦ ଟଙ୍କା ଜବତ କରାଯାଇଛି। ଚଢାଉ ବେଳେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଓ […]

vigilance

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 04:53 AM IST

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମ୍‌ସି)ର ଇଲେକ୍‌ଟ୍ରିକାଲ୍‌ ଜମାଦାର ଗୋଲକ ପ୍ରଧାନଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ କରିଛି। ସୁନ୍ଦରପଦାରେ ଥିବା ତାଙ୍କ ଘର, କଲ୍ୟାଣ ମଣ୍ଡପ, ବଙ୍ଗମୁଣ୍ଡାରେ ଥିବା ସପିଙ୍ଗ୍ କଂପ୍ଲେକ୍ସ ଓ ଏରୋବଙ୍ଗରେ ଥିବା ଘରେ ଏକକାଳୀନ ଚଢ଼ାଉ କରାଯାଇଛି।

ଚଢାଉ ବେଳେ ନଗଦ ୨,୦୦,୦୦୦ ଟଙ୍କା ଜବତ କରାଯାଇଛି। ଚଢାଉ ବେଳେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଓ ଏଲଆଇସି ଡିପୋଜିଟ୍ ସମ୍ପର୍କରେ ଭିଜିଲାନ୍ସ ତଥ୍ୟ ପାଇଛି।

Related story