ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଟିଟିଲାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର ପଟ୍ଟନାୟକଙ୍କୁ ଆଜି ବଲାଙ୍ଗିର ଭିଜିଲାନ୍ସ ଶାଖା ଗିରଫ କରିଛି। ବେଆଇନ ଟଙ୍କା ନେଇ ଏକ ସ୍କର୍ପିଓରେ ଦେବେନ୍ଦ୍ର ନିଜର ଘର ଅନୁଗୋଳକୁ ଯାଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ ତାଙ୍କ  ନିକଟରୁ ୪ ଲକ୍ଷ ୫୮ ହଜାର ଟଙ୍କା ଜବତ କରାଯାଇଛି। ଜବତ ଟଙ୍କା ସମ୍ପର୍କରେ ଦେବେନ୍ଦ୍ର ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି […]

vijilance

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 11:03 PM IST

ଟିଟିଲାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର ପଟ୍ଟନାୟକଙ୍କୁ ଆଜି ବଲାଙ୍ଗିର ଭିଜିଲାନ୍ସ ଶାଖା ଗିରଫ କରିଛି। ବେଆଇନ ଟଙ୍କା ନେଇ ଏକ ସ୍କର୍ପିଓରେ ଦେବେନ୍ଦ୍ର ନିଜର ଘର ଅନୁଗୋଳକୁ ଯାଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ ତାଙ୍କ  ନିକଟରୁ ୪ ଲକ୍ଷ ୫୮ ହଜାର ଟଙ୍କା ଜବତ କରାଯାଇଛି।

ଜବତ ଟଙ୍କା ସମ୍ପର୍କରେ ଦେବେନ୍ଦ୍ର ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଟଙ୍କା କେଉଁଠୁ ଆସିଛି ଓ କାହା ପାଖରୁ ଆଦାୟ ହୋଇଛି ସେ ନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ଅଭିରାମ କର କହିଛନ୍ତି।

Related story