ଜେଲ ଗଲେ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ

ନୟାଗଡ଼: ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ବିନୋଦ ଦାସଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ବିଭାଗ ଆଜି ବିନୋଦଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ଆସନ୍ତ ୧୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ମେସ୍ ଦାୟିତ୍ୱରେ ଥିବା ଏଏସ୍‌ଆଇ ଇନ-ଚାର୍ଜ ରାମକୃଷ୍ଣ ଶତପଥୀଙ୍କ ଠାରୁ ବିନୋଦ […]

vigilance

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 07:44 PM IST

ନୟାଗଡ଼: ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ବିନୋଦ ଦାସଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ବିଭାଗ ଆଜି ବିନୋଦଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ଆସନ୍ତ ୧୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି।

ମେସ୍ ଦାୟିତ୍ୱରେ ଥିବା ଏଏସ୍‌ଆଇ ଇନ-ଚାର୍ଜ ରାମକୃଷ୍ଣ ଶତପଥୀଙ୍କ ଠାରୁ ବିନୋଦ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭୁବନେଶ୍ୱର, ଖୋର୍ଦ୍ଧା ଓ ନୟାଗଡ଼ ଭିଜିଲାନ୍ସର ମିଳିତ ଟିମ୍ ତାଙ୍କୁ ଧରିଥିଲା।

ମେସ୍‌ ଇନ-ଚାର୍ଜ ରାମକୃଷ୍ଣଙ୍କ ଠାରୁ ପ୍ରତ୍ୟେକ ମାସରେ ଏକ ଲକ୍ଷ ବଟି ଦେବାକୁ ବିନୋଦ ଦାସ ଦାବି କରିଆସୁଥିଲେ। ଏ ନେଇ ରାମକୃଷ୍ଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଗିରଫ ପରେ ବିନୋଦଙ୍କୁ ଭୁବନେଶ୍ୱର ନିଆଯାଇଥିଲା। ଏକା ସାଙ୍ଗରେ ବିନୋଦଙ୍କ ପୈତୃକ ବାସଭବନ ଜଗତସିଂହପୁର ଚାନ୍ଦପୁରାରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା ।

Related story